fbpx

ଓଲଟିଲା ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଭୁବନେଶ୍ୱର, ୨୪/୦୪: ଫୁଲନଖରା ନିକଟ ବାମ୍ଫକୁଦ ଗ୍ରାମ ନିକଟରେ ଏକ ଏଲପିଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡିଛି ।

ଜଟଣୀରୁ ପ୍ଲାଣ୍ଟରୁ କେନ୍ଦ୍ରପଡାକୁ ନିଆଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଟ୍ରକରେ ଥିବା ପ୍ରାୟ ୩୦୦ ସିଲିଣ୍ଡର ଟ୍ରକରୁ ବାହାରକୁ ଓଲଟି ପଡିଥିଲା । ହେଲେ ସୌଭାଗ୍ୟ ବସତଃ କୌଣସି ଗ୍ୟାସ ଲିକ ହୋଇନାହିଁ ।

ଟ୍ରକ ଚାଳକ ଏବଂ ହେଲପର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Get real time updates directly on you device, subscribe now.