fbpx

୩ କୋଟିର ଠକାମୀ ଅଭିଯୋଗରେ ଗିରଫ ହେଲେ ବ୍ୟବସାୟୀ

ଭୁବନେଶ୍ୱର, ୨୪/୦୪: କ୍ରାଇମ ବାଞ୍ଚର ଇଓଡବ୍ଲୁ ସାହିଲ ଏଣ୍ଟରପ୍ରାଇଜ ନାମକ ଏକ ସଂସ୍ଥାର ମାଲିକ ବିଷ୍ଣୁ ପ୍ରସାଦ ସାହୁଙ୍କୁ ୨୨ ଜଣ ନିବେଶକକାରୀଙ୍କଠାରୁ ୩ କୋଟି ଠକେଇ ଅଭିଯୋଗରେ ଗିରଫ କରିଛି ।

ଏନେଇ ଠକେଇର ଶିକାର ହୋଇଥିବା ଶୁଭ୍ରାଂଶୁ ଶେଖର ରାଉତ ଏକ ଏଫଆଇଆର ଦାୟର କରିଥିଲେ । ଅଭିଯୋଗରେ ସେ କହିଥିଲେ, ବିଷ୍ଣୁ ପ୍ରସାଦ ସାହୁ ୨୨ ଜଣ ଲୋକଙ୍କୁ ତାଙ୍କର ଆଳୁ ଏବଂ ସାମୁଦ୍ର୍ିକ ଖାଦ୍ୟ ବ୍ୟବସାୟରେ ଅଧିକ ଲାଭର ଆଶା ଦେଖାଇ ବ୍ୟାପାରରେ ନିବେଶ କରିବାକୁ କହିଥିଲେ ।

ଶୁଭ୍ରାଂଶୁ କହିଛନ୍ତି ସେ ମାର୍ଚ୍ଚ ୨୦୧୭ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ୬୬ ଲକ୍ଷ ଟଙ୍କା ନିବେଶ କରିଥିଲେ ।

ତେବେ ନିବେଶକଙ୍କ ଭରସା ଜିତିବା ପାଇଁ ଅଭିଯୁକ୍ତ ନକଲି କାଗଜ ପତ୍ର ଦେଖାଇଥିଲା  । ଟଙ୍କା ହଡପ କରିବା ପରେ ସେ ଆଉ ଧରା ଦେଉନଥିବା ନେଇ ଇଓଡବ୍ଲ୍ୟ କହିଥିଲେ ।

ତେବେ ବିଷ୍ଣୁ ପ୍ରସାଦ ସାହୁକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି  । ତାଙ୍କ ଉପରେ ଆଇପିସିର ଅନେକ ଦଫା ଲଗାଯାଇଛି ଏହା ସହ ଠକେଇ ଏବଂ ଅପରାଧିକ ଷଡଯନ୍ତ୍ର ସହିତ ଆଇପିସିର ସେକ୍ସନ ୬ ଓପିଆଇଡି ଆକ୍ଟ୨୦୧୧ ଲଗାଯିବା ସହ ନ୍ୟାୟିକ ଅଦାଲତକୁ ପଠାଯାଇଛି ।

Get real time updates directly on you device, subscribe now.