fbpx

ଏହା କରୋନାର ଦ୍ୱିତୀୟ ଲହର ନୁହେଁ ବରଂ ସୁନାମୀ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୨୪ା୪ : ଦିଲ୍ଲୀରେ କରୋନା ମହାମାରୀ ଦିନକୁ ଦିନ ବେକାବୁ ହେବାରେ ଲାଗିଛି । ଏଭଳି ପରିସ୍ଥିିତିରେ ଆକ୍ରାନ୍ତ ମାନଙ୍କ ପାଇଁ ଅକ୍ସିଜେନ୍ ଅଭାବ ହେଉଥିବା ଦେଖିବାକୁ ମିଳିଛି । ପ୍ରତିଦିନ ଅନେକ ରୋଗୀ ଅକ୍ସିଜେନ୍ ନପାଇ ମୃତ୍ୟୁମୁଖରେ ପଡୁଛନ୍ତି । ଆକ୍ରାନ୍ତ ବଢ଼ୁଥିବାରୁ ଆଗକୁ ସ୍ଥିତି ଜଟିଳ ହେବାକୁ ବସିଲାଣି । ତେବେ କରୋନାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, “ଏହା ଦ୍ୱିତୀୟ ଲହର ନୁହେଁ ବରଂ ସୁନାମି” । ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଥିବାରୁ ଜନସାଧାରଣଙ୍କୁ ସଚେନତନ କରିଛି ହାଇକୋର୍ଟ । ତେବେ ଅକ୍ସିଜେନ୍ ଅଭାବ ନେଇ ମହାରାଜ ଅଗ୍ରେସନ ହସ୍ପିଟାଲ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ସେହି ମାମଲାର ଶୁଣାଣି କରିବା ବେଳେ ଏପରି ମତ ରଖିଛନ୍ତି ହାଇକୋର୍ଟ ।

ଅକ୍ସିଜେନ୍ ଅଭାବକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ, କେନ୍ଦ୍ର, ରାଜ୍ୟ କିମ୍ବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଯିଏ ବି ବାଧା ସୃଷ୍ଟି କରୁଛି ତାକୁ ଆମେ ଫାଶୀରେ ଝୁଲେଇଦେବୁ । ସେହିପରି ଓକିଲ ରାହୁଲ ମେହରା ଦିଲ୍ଲୀ ହାଇକୋର୍ଟକୁ କହିଛନ୍ତି ଯେ, ଦିଲ୍ଲୀରେ ଶୀଘ୍ର ୪୮୦ ମେଟ୍ରିକ ଟନ ଅକ୍ସିଜେନ ଆବଣ୍ଟନ କରାଯିବ । ଯଦି ବ୍ୟବସ୍ଥାକୁ ସଠିକ କ୍ରମରେ ରଖାନଯାଏ ତେବେ ସଂପୂର୍ଣ୍ଣ ବ୍ୟବସ୍ଥା ଧ୍ଵସ୍ତ ହୋଇଯିବ । ଯଦି ଆମକୁ ୪୮୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଠିକ୍ ସମୟରେ ନମିଳେ ତେବେ ୨୪ ଘଣ୍ଟାରେ ପୂରା ପ୍ରକ୍ରିୟା ଠପ୍ ହୋଇଯିବ ।

ଏଥିସହିତ ଅଦାଲତ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ଲୋକ ମାନଙ୍କୁ ଅକ୍ସିଜେନ୍ ମିଳିବା ପାଇଁ ସରକାର ପ୍ଳାଣ୍ଟ କାହିଁକି ସ୍ଥାପନ କରୁନାହିଁ । କୋର୍ଟ କେନ୍ଦ୍ରକୁ ଏନେଇ କହିଛି ଯେ, ଦିଲ୍ଲୀକୁ କେତେ ଅକ୍ସିଜେନ୍ ଦରକାର ଏବଂ କେଉଁଠୁ ଏବଂ କିପରି ଆସିବ । ଏ ସମ୍ପର୍କରେ କେନ୍ଦ୍ର ପକ୍ଷରୁ କୋର୍ଟକୁ ଦର୍ଶାଯାଉ ।

Get real time updates directly on you device, subscribe now.