fbpx

ଗିଫ୍ଟ ପାଇବା ନିଶାରେ ଯୁବକ ବନେଇଥିଲା ୩୫ଟି ଗର୍ଲଫ୍ରେଣ୍ଡ, ଆଉ ତାପରେ…..

ଜାପାନ, ୨୫ ।୪ (ଓଡିଶା ଭାସ୍କର): ଗୋଟିଏ ପୁଅର ଏକରୁ ଅଧିକ ଗର୍ଲଫ୍ରେଣ୍ଡ ଥିବା ଖବର ଆପଣ ମାନେ ଆଗରୁ ଶୁଣିଥିବେ ହେଲେ ଏକାବେଳକେ ୩୫ଟି ଗର୍ଲଫ୍ରେଣ୍ଡ ଥିବା କଥା ଶୁଣିଛନ୍ତି କି? ଯଦି ଏପରି କିଛି ଖବର ଆପଣ ମାନଙ୍କ କାନରେ ଆଗରୁ ପଡିନି ତେବେ ଆଜି ଶୁଣନ୍ତୁ । ଜାପାନରେ ରହୁଥିବା ଗୋଟିଏ ରୋମିଓ ଏକାଥରକେ ୩୫ଟି ଗର୍ଲଫ୍ରେଣ୍ଡ ରଖିଥିଲା । ଆଉ ସେ ୩୫ ଜଣଙ୍କୁ ସେ ଏକାସମୟରେ ଡେଟ୍ କରୁଥିଲା । ସେମାନଙ୍କୁ ସେ ଏପରି ଭୁଆଁ ବୁଲାଉଥିବା ଯେ କେହି ବି ଏହାର ଟେର୍ ପାଇପାରି ନଥିଲେ । ହେଲେ ଏବେ ଏହି ଖବର ସାମନାକୁ ଆସିଛି ।


ଗଣମାଧ୍ୟମର ରିପୋର୍ଟ ମୁତାବକ, ଜାପାନର ଏକ ଯୁବକ ଏକାସମୟରେ ୩୫ଟି ଅଲଗା ଅଲଗା ଯୁବତୀଙ୍କୁ ଡେଟ୍ କରୁଥିଲା ଏବଂ ସେମାନଙ୍କ ଠାରୁ ବାହାନା କରି ନାନା ଗିଫ୍ଟ ବି ପାଉଥିଲା । ଏବେ ଏହି ବଡ ଧରଣର ଠକାମୀର ଖୁଲାସା କରିଛି ପୋଲିସ୍ । ସେ ୩୯ ବର୍ଷର ହୋଇଥିବା ବେଳେ ତା ନାଁ ହେଉଛି ତାକାଶୀ ମିୟାଗାବା । ପ୍ରଥମେ ପ୍ରଥମେ ତାର ଗୋଟିଏ ଗର୍ଲଫ୍ରେଣ୍ଡ ଥିଲା । ଥରେ ସେ ତାକାଶୀକୁ ତା ଜନ୍ମଦିନରେ ଗୋଟିଏ ଗିଫ୍ଟ ଦେଲା । ଯାହା ତାକୁ ଖୁବ୍ ପସନ୍ଦ ଆସିଥିଲା । ଆଉ ତାପରେ ତାକୁ ଏପରି ଗିଫ୍ଟର ସଉକ ହେଲା ଯେ, ସେ ଗୋଟିଏ ଗୋଟିଏ ପରେ ଗର୍ଲଫ୍ରେଣ୍ଡ କରିବା ଆରମ୍ଭ କରିଦେଲା । ଯାହାର ସଂଖ୍ୟା ଆସି ଏକାଥରେ ୩୫ ରେ ପହଞ୍ଚିଗଲା । ସବୁଠାରୁ ମଜାଦାର କଥା ହେଉଛି ସେ ତାର ପୁରୁଣା ଗର୍ଲଫ୍ରେଣ୍ଡ ମାନଙ୍କୁ ଛାଡିନି । ସେ ସମସ୍ତଙ୍କ ସଂସ୍ପର୍ଶରେ ଏଯାବତ୍ ରହିଥିଲା ।


ତାକାଶୀ ଗିଫ୍ଟ ପାଇବା ଚକରରେ ୩୫ ଯାକ ଗର୍ଲଫ୍ରେଣ୍ଡ ନିଜର ଜନ୍ମଦିନ ତାରିଖ ଅଲଗା ଅଲଗା ଦିନରେ କହିଛି । କାହାକୁ ୨୨ ଫେବୃଆରୀ କହିଥିବା ବେଳେ କାହାକୁ ୭ ଏପ୍ରିଲ୍, ତ କାହାକୁ ୧୯ ଜୁଲାଇ । ଏପରି ବିଭିନ୍ନ ତାରିଖ କହି ସେମାନଙ୍କୁ ଏକା ତରିକାରେ ଭୁଆଁ ବୁଲାଉଥିଲା ଏବଂ ମଜା ନେଉଥିଲା । କିନ୍ତୁ ତାର ପ୍ରକୃତ ଜନ୍ମଦିନ ତାରିଖ ହେଉଛି ୧୪ ନଭେମ୍ବର । ସୁତ୍ରରୁ ପ୍ରକାଶ ଯେ, ତାକାଶୀ ହେଉଛି ଜଣେ ପାର୍ଟ ଟାଇମ୍ ୱର୍କକର୍ । ସେ ଘର ଘର ବୁଲି ଜିନିଷ ବିକ୍ରି କରେ । ଆଉ ସେ ଏହି ଯୁବତୀ ମାନଙ୍କୁ ମାର୍କେଟିଂ କମ୍ପାନୀ ଜରିଆରେ ଭେଟିଥିଲା । ସେହି ମହିଳାମାନଙ୍କୁ ଜିନିଷ ବିକୁଥଲା ଏବଂ ସମ୍ବନ୍ଧ ବନାଉଥିଲା ।


ତେବେ ଏହାର ଖୁଲାସା ସେତେବେଳେ ହେଲା ଯେତେବେଳେ ୩୫ ଜଣଙ୍କ ମଧ୍ୟରୁ ଜଣଙ୍କର ତାକାଶୀ ଉପରେ ସନ୍ଦେହ ହେଲା ଆଉ ସେ ପୋଲିସ୍ ପାଖରେ ଅଭିଯୋଗ କଲା । ଏହାପରେ ପୋଲିସ୍ ତଦନ୍ତ କରିବା ପରେ ତାକାଶୀ ୩୫ ଟି ଯାକ ଗର୍ଲଫ୍ରେଣ୍ଡ ମାନଙ୍କ ସାମନାକୁ ଆସିଲା । ବର୍ତ୍ତମାନ ପୋଲିସ୍ ତାକାଶୀକୁ ଗିରଫ କରିଛି । ପୋଲିସ୍ କହିଛି ଯେ, ସେ ଯୁବତୀ ମାନଙ୍କୁ ପ୍ରୋପୋଜ୍ କରୁଥିଲା ଏହାପରେ ବାହା ହେବ ବୋଲି ପ୍ରତିଶୃତି ଦେଇ ଫସାଉଥିଲା । ଶାରିରୀକ ସମ୍ପର୍କ ମଧ୍ୟ ରଖୁଥିଲା । ସେମାନେ ମଧ୍ୟ ତାକୁ ନାନା ଗିଫ୍ଟ ଦେଉଥିଲେ । ଗାଡି ଠାରୁ ଆରମ୍ଭ କରି ଟଙ୍କା, ଦାମୀ ଡ୍ରେସ୍ ଆହୁରି ଅନେକ ଜିନିଷ । ହେଲେ ଏବେ ସେ ପୋଲିସ୍ ହାତରେ ଧରାପଡିଛି ।

Get real time updates directly on you device, subscribe now.