fbpx

ଭାରତକୁ ସହାୟତାର ହାତ ବଢ଼ାଇଲେ ସତ୍ୟ ଓ ସୁନ୍ଦର

ନୂଆଦିଲ୍ଲୀ, ୨୬ା୪: ଦେଶରେ କରୋନା ସଂକ୍ରମଣ ଆଶାତୀତ ଭାବେ ବଢ଼ି ଚାଲିଛି । ଭାରତ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ହିଟ୍ ଲିଷ୍ଟରେ ରହିଛି । ତେବେ ଏହି ଦୁର୍ଦ୍ଦିନ ସମୟରେ ସହାୟତା ପ୍ରଦାନ ନିମନ୍ତେ ଆଗେଇ ଆସିଛନ୍ତି ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇ । ଭାରତର କୋଭିଡ ସ୍ଥିତି ନେଇ ଉଭୟ ସିଇଓ ଚିନ୍ତା ପ୍ରକଟ କରିଛନ୍ତି । ୟୁନିସେଫ ମାଧ୍ୟମରେ ଭାରତକୁ ୧୩୫ କୋଟି ଯୋଗାଇ ଦେଇଛନ୍ତି ସୁନ୍ଦର ପିଚାଇ । ଏହି ଟଙ୍କା ମେଡିକାଲ ସରଞ୍ଜାମ ଯୋଗାଣ ଓ ଜରୁରୀ ସୂଚନା ପାଇଁ ଖର୍ଚ୍ଚ ହେବ । ସେହିପରି ଅକ୍ସିଜେନ ସରଞ୍ଜାମ କିଣିବାକୁ ସହାୟତା ପ୍ରଦାନ କରିବ ମାଇକ୍ରୋସଫ୍ଟ କମ୍ପାନୀ ।

Get real time updates directly on you device, subscribe now.