fbpx

ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ନୋମାଡଲ୍ୟାଣ୍ଡ’କୁ ମିଳିଲା ଓସ୍କାର

ନୂଆଦିଲ୍ଲୀ ୨୬ । ୪ (ଓଡିଶା ଭାସ୍କର) : ଘୋଷଣା ହୋଇଛି ୨୦୨୧ ଓସ୍କାର ଆୱାର୍ଡ । ଏହି ଓସ୍କାର ଆୱାର୍ଡ ସମାରୋହରେ ‘ନୋମାଡଲ୍ୟାଣ୍ଡ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରଷ୍କୃତ ହୋଇଛି । ଏହି ଫିଲ୍ମଟି ୩ ଟି ପୁରଷ୍କରା ପାଇଥିବାରୁ ଏବେ ଚର୍ଚ୍ଚାରେ ରହିଛି । ‘ନୋମାଡଲ୍ୟାଣ୍ଡ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା କ୍ଲୋଇ ଚାଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରଷ୍କାର ପାଇଛନ୍ତି । ସେହିପରି ଚଳଚ୍ଚିତ୍ର ଲିଡ୍ ରୋଲରେ ଥିବା ଫ୍ରାନ୍ସିସ୍ ମ୍ୟାକଡୋରମାଣ୍ଡଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ପୁରଷ୍କାର ମିଳିଛି । ‘ନୋମାଡଲ୍ୟାଣ୍ଡ’ ଫିଲ୍ମଟି ଏକ ଗାଡି ଉପାର ଜୀବନ ଜାପନ କରୁଥିବା ମହିଳାଙ୍କ ଉପରେ ଆଧାରିତ ହୋଇଛି ।

ଅନ୍ୟପଟେ ଚଳଚ୍ଚିତ୍ର ‘ଦ ଫାଦର ପାଇଁ’ ୮୩ ବର୍ଷୀୟ ବ୍ରିଟିଶ୍ ଅଭିନେତା ଆନ୍ଥୋନି ହପକିନ୍ସଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରଷ୍କାର ପାଇଛନ୍ତି । ଏହି ଓସ୍କାର ଆୱାର୍ଡ ଜିତିବାରେ ସେ ହେଉଛନ୍ତି ସବୁଠୁ ବୟସ୍କ ଅଭିନେତା । ଅନ୍ୟପଟେ ପ୍ରିୟଙ୍କା ଚୋପ୍ରଙ୍କ ଫିଲ୍ମ୍ ‘ଦ ହ୍ୱାଇଟ୍ ଟାଇଗର୍’ ଓସ୍କାର ଆୱାର୍ଡରୁ ବାଦ୍ ପଡି ଯାଇଛି । ଫିଲ୍ମଟି ଶ୍ରେଷ୍ଠ ଆଡେପ୍ଟେଡ୍ ସ୍କ୍ରିନପ୍ଲେ ବର୍ଗରେ ମନୋନୀତ ହୋଇଥିଲା।

Get real time updates directly on you device, subscribe now.