କରୋନା ପଜିଟିଭ ମାଆର ଶବକୁ ବାଇକରେ ବସାଇ ମଶାଣି ନେଲା ପୁଅ

ଆନ୍ଧ୍ରପ୍ରଦେଶ ୨୭ ।୪ (ଓଡ଼ିଶା ଭାସ୍କର) : ଦେଶ ରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ଏହି କରୋନା ମହାମାରୀରେ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି । କେତେ ଜଣ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରୁ ଥିବାବେଳେ କେତେକଲୋକ ନିଜ ପରିଜନଙ୍କୁ ହରାଇଛନ୍ତି । କରୋନା ଯୋଗୁ କେଉଁଠି କିଏ ତାର ଭାଇକୁ ହରାଉଛି ଆଉ କିଏ ବାପାଙ୍କୁ, ଆଉ କିଏ ମାଆକୁ । କରୋନାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳରେ । ଯେଉଁଠି ଜଣେ ମହିଳାଙ୍କର କରୋନାରେ ମୃତ୍ୟୁ ହୋଲୋ ପରେ ତାଙ୍କ ପୁଅ ବାଇକରେ ବସାଇ ମଶାଣିକୁ ନେଇଛି ।

ସୂଚନା ଅନୁସାରେ ଶ୍ରୀକାକୁଲମ ଜିଲ୍ଲାର ମଣ୍ଡାସା ମଣ୍ଡଲ ଗାଁର ୫୦ ବର୍ଷିୟ ମହିଳାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋମବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ ମହିଳାଙ୍କର କରୋନା ଟେଷ୍ଟ ପାଇଁ ମଧ୍ୟ ଦିଆଯାଇଥିଲା । ହେଲେ ରିପୋର୍ଟ ଆସିବା ପୂର୍ବରୁ ମହିଳା ଜଣଙ୍କର ମୃତ୍ୟୁ ହୋଇଯାଇ ଥିଲା । ଏହା ପରେ ମହିଳାଙ୍କ ମୃତଦେହ ନେବା ପାଇଁ ପରିବାର ଲୋକ ଆମ୍ବୁଲାନ୍ସ ଲାଗି ହସ୍ପଟାଲରେ କହିଥିଲେ । ଏବେ କରୋନା ସମୟ ଚାଲିଥିବାରୁ ହସ୍ପିଟାଲରେ କୌଣସି ଆମ୍ବୁଲାନ୍ସ ନଥିଲା । କରୋନା ପିଡୀତ ମହିଳାଙ୍କ ମୃତହେହ ନେବା ପାଇଁ ଅନ୍ୟ କୌଣସି ଗାଡ ମଧ୍ୟ ରାଜି ହୋଇନଥିଲେ । ଶେଷରେ ଆଉ କିଛି ଉପାୟ ନ ପାଇ ମହିଳାଙ୍କ ମୃତ ଶରୀରକୁ ବାଇକରେ ବସାଇ ମଶାଣି ନେଇଥିଲେ ପୁଅ ଏବଂ ଜ୍ୱାଇଁ ।