fbpx

ଆଜି ପୁଣି କରୋନାରେ ୧୦ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନାର ସଂକ୍ରମଣର ହାର ବଢ଼ିବାରେ ଲାଗିଛି । କରୋନାର ଭୟଙ୍କର ତାଣ୍ଡବ ଆଗରେ ସତେ ଯେମିତିତ ସମସ୍ତ କଟକଣା ଫେଲ୍ ମାରିଛି । ଆଜି ରାଜ୍ୟରେ କରୋନାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ପୁରୀ ଓ ରାୟଗଡ଼ ଜିଲ୍ଲାରେ ସର୍ବାଧିକ ୩ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ସୁନ୍ଦରଗଡ଼, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ଜଣେ ଲେଖାଏଁ ମରିଥିବା ଜଣାପଡ଼ିଛି । ଏହାଦ୍ୱାରା ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୩୮୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪୭୮୧ ଜଣ ସଙ୍ଗରୋଧରୁ ଓ ୩୬୦୫ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.