ଲଞ୍ଚ ହେଲା ଦେଶର ସବୁଠୁ ଶସ୍ତା 5G ଫୋନ: ଦାମ 14,990 ରୁ ଆରମ୍ଭ

OPPO ଭାରତରେ ଏହାର ନୂଆ 5G ଫୋନ ଲଞ୍ଚ କରିଛି । ଏହା ଓପୋର ସବୁଠାରୁ ଶସ୍ତା 5G  ଫୋନ  ।  ଯାହାର ମୂଲ୍ୟ ୧୪,୯୯୦ ରୁ ଆରମ୍ଭ । OPPO ର ଏହି ଫୋନରେ ଟ୍ରିପଲ କ୍ୟାମେରା ସେଟଅପ, MediaTek Dimensity 700 ପ୍ରୋସେସର , 5000mAh ବ୍ୟାଟେରୀ ଭଳି ଫିଚର୍ସ ଦିଆଯାଇଛି ।

OPPO A53s ସ୍ମାର୍ଟଫୋନ 6GB RAM ଏବଂ 8 GB RAMର ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ ହୋଇଛି । ଏହାର 6GB+128GB ମଡେଲର ଦାମ 14,990 ଏବଂ 8 GB+ 128 GB ମଡେଲ 16,990ଟଙ୍କା ରହିଛି । ଫୋନର ବିକ୍ରି ଫ୍ଲିପକାର୍ଟରେ ମେ ୨ରୁ ହେବାକୁ ଯାଉଛି ।  ଅଫର ଦ୍ୱାରା HDFC ବ୍ୟାଙ୍କ କ୍ରେଡିଟ ଏବଂ ଡେବିଟ କାର୍ଡରେ 1,250 ଟଙ୍କାର ଛାଡ ମିଳିବ ।

OPPO A53s 5Gର ଫିଚର୍ସ:

OPPO 53s ସ୍ମାର୍ଟଫୋନରେ 6.5 inchର ଡିସପ୍ଲେ ଦିଆଯାଇଛି, ଯାହା HD+ Resolution ଏବଂ 60Hz ରିଫ୍ରେଶ ରେଟ ସହିତ ମିଳିବ । ଏଥରେ 8 GB ପର୍ଯ୍ୟନ୍ତ RAM ଏବଂ 128 GB ଷ୍ଟୋରେଜ ଦିଆଯାଇଛି । ଫୋନ Android 11 ଆଧାରିତ ColorOS 11.1 ଦ୍ୱାରା ପରିଚାଳିତ ।

ଫଟୋଗ୍ରାଫି ପାଇଁ ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଯେଉଁଥିରେ 13 MP ପ୍ରାଇମେରୀ ସେନ୍ସର , 2 MPର ମାକ୍ରୋ ସେନ୍ସର ଏବଂ 2 MPର Depth ସେନ୍ସର ରହିଛି । ସେଲ୍ଫି ପାଇଁ  8 MPର କ୍ୟାମେରା ରହିଛି । ଫୋନରେ  5000 mAhର ବ୍ୟାଟେରୀ ସହ 10W ଫାଷ୍ଟ ଚାର୍ଜିଂ ସୁବିଧା ରହିଛି । ଫୋନରେ 5G ନେଟୱର୍କ ସପୋର୍ଟ ରହିଛି । ଏଥିରେ 3.5 MM ର ହେଡଫୋନ ଜ୍ୟାକ  ଏବଂ USB Type-C ସପୋର୍ଟ ମଧ୍ୟ ରହିଛି ।