fbpx

ପୁରୁଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ସୁବିଧା ବନ୍ଦ

ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଏହାରି ମଧ୍ୟରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ସୁବିଧାକୁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ତଥା ଯାତ୍ରୀ ସଂଖ୍ୟା କମୁଥିବାରୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଖାଦ୍ୟ ସୁବିଧା ପ୍ରଦାନ କରାଯିବ ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ଆଜିଠାରୁ ପୁରୀରୁ ଛାଡିବାକୁ ଥିବା ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ ରହିବ ।

ତେବେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ ଏପ୍ରିଲ୍ ୨୮ ତାରିଖରୁ ବାହାରି ନୂଆଦିଲ୍ଲୀରେ ଏପ୍ରିଲ୍ ୩୦ ତାରିଖରେ ପହଞ୍ଚିବ। ଏହି ସମୟରେ ଯାତ୍ରୀଙ୍କୁ କ୍ୟାଟରିଂ ସୁବିଧା ମିଳିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥିପାଇଁ ପୁରୁଷୋତ୍ତମ ଏକ୍ସପ୍ରେସରେ ଯାତ୍ରୀ ମାନେ ନିଜେ ନିଜର ଖାଦ୍ୟ ବ୍ୟବସ୍ଥା ସହ ଯାତ୍ରା କରିବାକୁ ପରାମର୍ଶ ଦେଇଛି ରେଳବାଇ । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଏହା ବଳବତ୍ତର ରହିବ ବୋଲି ପ୍ରକାଶ ପାଇଛି ।

Get real time updates directly on you device, subscribe now.