fbpx

ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟରେ ଆଜି ୧୨ ଜୀବନ ନେଲା କରୋନା

ଭୁବନେଶ୍ୱର, ୨୯ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଆକଆନ୍ତଙ୍କ ମୃତ୍ୟୁ ଘଟିଛି । ପୁରୀ ଓ ରାୟଗଡାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ, କଟକ, କେନ୍ଦୁଝର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗତ ୮ ଦିନରେ ରାଜ୍ୟରେ ୭୧ ଜଣଙ୍କର ଜୀବନ ନେଇସାରିଛି କରୋନା ମହାମାରୀ ।

ଅନ୍ୟପଟେ ଆଜି ରାଜ୍ୟରେ ୬ ହଜାର ୯୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୨ଟି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୫୧୭, ସୁନ୍ଦରଗଡରୁ ୪୭୪, ନୂଆପଡାରୁ ୪୨୦, ଝାରସୁଗୁଡାରୁ ୩୯୬, ବରଗଡରୁ ୩୩୦, ଅନୁଗୁଳରୁ ୩୨୫, ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, କଳାହାଣ୍ଡିରୁ ୨୯୨, ପୁରୀରୁ ୨୮୮, ନବରଙ୍ଗପୁରରୁ ୨୫୫, ବଲାଙ୍ଗିରରୁ ୨୩୬, ଯାଜପୁରରୁ ୨୨୬, ଷ୍ଟେଟପୁଲରୁ ୧୮୫, ରାୟଗଡାରୁ ୧୮୧, କେନ୍ଦୁଝରରୁ ୧୬୦, ସୁବର୍ଣ୍ଣପୁରରୁ ୧୩୧, ଗଞ୍ଜାମରୁ ୧୨୮, ଗଜପତି ଓ ନୟାଗଡରୁ ୧୨୧ ଲେଖାଏଁ, ଜଗତସିଂହପୁରରୁ ୧୦୪, ବାଲେଶ୍ୱରରୁ ୯୭, ଭଦ୍ରକରୁ ୯୧, କେନ୍ଦ୍ରାପଡାରୁ ୭୭, ଦେବଗଡରୁ ୭୪, ବୌଦ୍ଧରୁ ୬୫, କୋରାପୁଟରୁ ୫୭, କନ୍ଧମାଳରୁ ୪୫, ମାଲକାନଗିରିରୁ ୩୦, ଢେଙ୍କାନାଳରୁ ୨୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.