fbpx

୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । କେନ୍ଦ୍ର ସରକାର ବଜେଟ୍‌ରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ମହିଳା ସଶକ୍ତିକରଣ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଥିବା ଘୋଷାଣା କରାଯାଇଛି । ବେଟି ବଚାଓ-ବେଟି ପଢ଼ାଓ ଯୋଜନାକୁ ଅନେକ ସମର୍ଥନ ମିଳିଛି, ଏହି ଯୋଜନା ମାଧ୍ୟମରେ ଶିଶୁ ଅନୁପାତରେ ବଡ଼ ଅନ୍ତର ଦେଖିବାକୁ ମିଳିଛି । ୧୦ କୋଟି ପରିବାରଙ୍କୁ ନ୍ୟୁଟ୍ରିଶନର ସୂଚନା ଦିଆଯିବ ।

ସେହିପରି ପ୍ରଯୁକ୍ତିବିଦ୍ୟା ଓ ଡି଼ଜିିଟାଲ ଇଣ୍ଡିଆ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି । ମୋବାଇଲ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଯୋଜନା କରିଛନ୍ତି। ୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟଫୋନ ଦିଆଯିବାକୁ ଘୋଷଣା । ଏଭଳି କ୍ଷେତ୍ରରେ ମୋବାଇଲ ଫୋନ ପୂର୍ବ ଅପେକ୍ଷା ଶସ୍ତା ହେବା ସହ କମ ଦାମର ସ୍ମାର୍ଟ ଫୋନରେ ମଧ୍ୟ ପ୍ରିମିୟମ ଫିଚର୍ସ ମିଳିପାରିବାର ସମ୍ଭାବନା ରହିଛି। ।

Get real time updates directly on you device, subscribe now.