fbpx

ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଛତିଶଗଡ଼ରେ କରୋନା ମୃତ୍ୟୁ ୫୦ ପ୍ରତିଶତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆ ଦିଲ୍ଲୀ, ୩୦/୦୪: ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଉପୁଜିଥିବା ସ୍ଥିତିର ସମୀକ୍ଷା କରିବା ସହ ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି କରୋନାରେ ୫୦ ପ୍ରତିଶତ ମୃତ୍ୟୁ ତିନି ରାଜ୍ୟରେ ହୋଇଛି, ସେଗୁଡିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼ । ମନ୍ତ୍ରାଳୟ କହିଛି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ରାଜସ୍ଥାନ, ଏବଂ ଆନ୍ଧ୍ର ପ୍ରଦେଶରେ ଭାଇରସ ସଂକ୍ରମଣର ମାମଲା ପୂର୍ବ ଅପେକ୍ଷା ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । କର୍ଣ୍ଣାଟକ, କେରଳ, ପଶ୍ଚିମ ବଙ୍ଗ, ତାମିଲନାଡୁ, ଗୋଆ, ଏବଂ ଓଡ଼ିଶାରେ ସଂକ୍ରମଣ ମାମଲା ବୃଦ୍ଧି ପାଇବା ସହ ଏଠାରେ ସଂକ୍ରମଣର ହାର ଅଧିକ ରହିଛି ।

କେନ୍ଦ୍ର ତରଫରୁ କୁହାଯାଇଛି ଗତ ୧୪ ଦିନରେ ସଂକ୍ରମଣ ଚିନ୍ତାଜନକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି କର୍ଣ୍ଣାଟକ, କେରଳ, ପଶ୍ଚିମ ବଙ୍ଗ, ତାମିଲ ନାଡୁ, ଗୋଆ, ଓଡ଼ିଶାରେ ସଂକ୍ରମଣ ଦ୍ରୁତ ବେଗର ମାଡିଚାଲିଛି  । କୋଭିଡ-୧୯ର ଦ୍ୱିତୀୟ ଲହର ରାଜସ୍ଥାନ, ଉତ୍ତର ପ୍ରଦେଶରେ ଗତବର୍ଷ ତୁଳନାରେ ୫ଗୁଣା ଅଧିକ ମାତ୍ରାରେ ବୃଦ୍ଧି ପାଉଛି । ଛତିଶଗଡ଼ରେ ୪.୫ ଗୁଣା ଏବଂ ଦିଲ୍ଲୀରେ ୩.୩ ଗୁଣା ଅଧିକ ରହିଛି ।

ଏହା ଛଡା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟରେ ମେଡିକାଲ ଅକ୍ସିଜେନର ବ୍ୟବହାରର ଅଡିଟ କରିବାକୁ କହିଛି । ଏଥିରେ ପ୍ରାଇଭେଟ ହସ୍ପିଟାଲ ମଧ୍ୟ ସାମିଲ ଅଛନ୍ତି । ଏମସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ରେମଡେସିଭିର ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରନ୍ତୁ ନାହିଁ, ଏହା କେବଳ ହସ୍ପିଟାଲରେ ବ୍ୟବହାର କରାଯାଏ ।

ସେ କ୍ହିଛନ୍ତି ହୋମ ଆଇସୋଲେସନର ଦଶ ଦିନ ପରେ ଯଦି କୌଣସି ଲକ୍ଷଣ ଦେଖାଯାଉନାହିଁ ଏବଂ ତିନି ଦିନ ଧରି ଜର ନାହିଁ, ତେବେ ହୋମ ଆଇସୋଲେସନରୁ ବାହାରି ପାରିବେ ।

Get real time updates directly on you device, subscribe now.