fbpx

ଭୁବନେଶ୍ୱରରେ ଆଜିଠୁ ହେବ ସ୍ଲଟ୍ ବୁକିଂ

ଭୁବନେଶ୍ୱର : ରାଜଧାନୀରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜି ଠାରୁ ହେବ ସ୍ଲଟ୍ ବୁକିଂ ଆରମ୍ଭ ହେବ । ଏନେଇ ଆଜି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମକୁ ସୁଚନା ନେଇଛନ୍ତି । ତେବେ ସେମାବାରଠାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ଲୋକଙ୍କୁ ଟିକା ଦିଆଯିବ । ଆସନ୍ତା ୩ ତାରିଖରେ ୧୮ରୁ ୪୪ ବର୍ଷର ବ୍ୟକ୍ତିବିଶେଷଙ୍କୁ ଟିକା ଦିଆଯିବା ସହ ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ମଧ୍ୟ ଟିକା ଦିଆଯିବ ବୋଲି ସୁଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ନୟାପଲ୍ଲୀ ଆଇଆରସି ଭିଲେଜ୍ ରେ ଟ୍ରାଏଲ୍ ରନ୍ ହୋଇଯାଇଛି ।

ବିଏମସି କମିସନରଙ୍କ କହିବାନୁସାରେ, ଟିକା ନେବା ପାଇଁ ରେଜିଷ୍ଟ୍ରେସନ୍ କରି ସାରିବା ପରେ ସେମାନଙ୍କୁ ଯେଉଁ ସ୍ଥାନରେ ସ୍ଲଟ୍ ଦିଆଯିବ ସେମାନେ ସେହି ସ୍ଥାନକୁ ଯାଇ ଟିକା ନେବେ । ଆଜି ଅପରାହ୍ନରୁ ସ୍ଲଟ୍ ଅଫ୍ ଆପଏଣ୍ଟମେଣ୍ଟ କରାଯିବ । ଏଥିସହିତ ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲ ମାନଙ୍କ ଟିକାକରଣ କରାଯିବ । ୧୮ରୁ ୪୪ ବର୍ଷର ବ୍ୟକ୍ତିବିଶେଷ ଏବଂ ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକାକରଣ କରାଯିବାକୁ ଥିବା ବେଳେ ସରକାରୀ ହସ୍ପିଟାଲ ମାନଙ୍କରେ ଏହି ଦୁଇ ବର୍ଗର ଲୋକଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି । ମେ’ ୩ ରେ କେବଳ ରେଜିଷ୍ଟ୍ରେସନ୍ କରିଥିବା ଲୋକ ମାନେ ହିଁ ଟିକା ନେଇପାରିବେ ବୋଲି ପ୍ରେମଚନ୍ଦ୍ର ଚୌଧୁରୀ ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.