fbpx

କରୋନାରୁ ସୁସ୍ଥ ହୋଯାଇଥିଲେ ମଧ୍ୟ ଏତିକି ମାସ ମଧ୍ୟରେ ହୋଇପାରେ ମୃତ୍ୟୁ !

ନୂଆଦିଲ୍ଲୀ ୦୧ ।୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଲଗାତର ବଢିବାରେ ଲାଗିଛି । ଖାସ୍ କରି କରୋନାର ଅଳ୍ପ ଲକ୍ଷଣ ଥିବା ରୋଗୀ ଅଧିକ ଦେଖିବାକୁ ମିଳୁଛି । ସେମାନେ ଘରେ ସଙ୍ଗରୋଧରେ ରହି ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଯେଉଁମାନଙ୍କ ଦେହରେ କରୋନା ବହୁତ ଦିନ ଧରି ରହୁଛି ସେମାନେ ଠିକ୍ ହେବାରେ ଅଧିକ ସମୟ ଲଗୁଛି ତାଙ୍କ ପାଖରେ ମୃତ୍ୟୁର ସମ୍ଭାବନା ଅଧିକ ଥାଏ । ବ୍ରିଟିଶ ପତ୍ରିକା ‘ନେଚର’ରେ ଏହି କଥା କୁହାଯାଇଛି । ଏହାବ୍ୟତୀତ ସିଡିସି ବା ରୋଗ ନିୟନ୍ତ୍ରଣ ପ୍ରତିରୋଧ କେନ୍ଦ୍ର ତରଫରୁ ମଧ୍ୟ ଏକଥା କୁହାଯାଇଛି । କୋଭିଡିର ଅଳ୍ପ ଲକ୍ଷଣ ଦେଖା ଯାଉଥିବା ରୋଗୀଙ୍କ ମଧ୍ୟରେ କିଛି ଦିନ ଭିତରେ ନୂଆ ଲକ୍ଷଣ ଦେଖବାକୁ ମିଳିବ । ପତ୍ରିକା ‘ନେଚର’ରେ ଛପା ହୋଇଥିôବା ଏକ ଅଧ୍ୟୟନରେ ଲେଖା ହୋଇଛି କି ସେମାନେ ୮୭ ହଜାରରୁ ଅଧିକ ମଧୁମେୟ ରୋଗୀ ଏବଂ ଅନ୍ୟ ୫୦ ଲକ୍ଷ ସାମାନ୍ୟ ରୋଗୀଙ୍କ ଉପରେ ଏହି ଯାଞ୍ଚ କରିଥିଲେ । ଏହି ଅଧ୍ୟୟନରୁ ଜଣାପଡିଛି ଯେ କରୋନାରେ ସଂକ୍ରମିତ ହୋଇନଥିବା ଲୋକଙ୍କ ଅପେକ୍ଷା କରୋନା ସଂକ୍ରମିତ ରୋଗୀ ୬ ମାସ ମଧ୍ୟରେ ମୃତ୍ୟୁ ହେବାର ସମ୍ଭାବନା ୫୯ ପ୍ରତିଶତରୁ ଅଧିକ ରହିଛି । ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ ୬ ମାସ ମଧ୍ୟରେ ୧ହଜାର ରୋଗୀଙ୍କ ଭିତରୁ ୨୯ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଯେଉଁମାନେକି ୩୦ ଦିନରୁ ଅଧିକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାବ୍ୟତୀତ ଅନେକ ଥର ଦେଖା ଯାଇଛି ଯେ ରୋଗୀମାନଙ୍କୁ ଏକାଥରେ ବହୁତ ରୋଗକୁ ନେଇ ଅଭିଯୋଗ ରିହିଥାଏ । ଯେଉଁ ରୋଗୀକୁ କରୋନା ଯେତେ ଅଧିକ ହୋଇଥାଏ ତାଙ୍କଠାରେ ଶରୀର ସମ୍ବନ୍ଧିତ ସମସ୍ୟା ସେତେ ଅଧିକ ଦେଖାଯାଏ । ସେହିପରି ୱାଶିଂଟନ ୟୁନିଭରର୍ସିଟ ମେଡିକାଲ ସ୍କୁଲର ପ୍ରଫେସର ଅଲ୍ ଅଲିଙ୍କ କହିବା ଅନୁସାରେ ‘ଆମ ଅଧ୍ୟୟନରୁ ଜଣାପଡିଛି ଯେ ସଂକ୍ରମଣର ଲକ୍ଷଣ ଜଣା ପଡିବା ପରେ ୬ ମାସ ପର୍ଯ୍ୟନ୍ତ ମୃତ୍ୟୁର ଆଶଙ୍କ ରହିଛି । କରୋନାର ହାଲକା ଲକ୍ଷଣ ଦେଖା ଯାଉଥିଲେ ମଧ୍ୟ ମୃତ୍ୟୁର ଆଶଙ୍କା ସମାନ ଥାଏ । ଏହା ସଂକ୍ରମଣର ଅଧିକରୁ ଅଧିକ ବଢି ଯାଇଥାଏ । ଏହି ରୋଗର ଲକ୍ଷଣ ବହୁତ ବର୍ଷ ଯାଏ ରହିବାର ସମ୍ଭାବନା ରହିଛି ।’

Get real time updates directly on you device, subscribe now.