fbpx

ନନ୍ଦୀଗ୍ରାମ ସିଟରେ ପଛରେ ପଡିଲେ ଶୁଭେନ୍ଦୁ ଅଧିକାରୀ

ନନ୍ଦୀଗ୍ରାମ : ପଶ୍ଚିମବଙ୍ଗ ନିର୍ବାଚନରେ ନନ୍ଦୀଗ୍ରାମ ସବୁଠାରୁ ହଟ୍ ସିଟ୍ ରେ ପରିଣତ ହୋଇଯାଇଛି । ଦଳ ଦଳ ମଧ୍ୟରେ କଡା ଟକ୍କର ଜାରି ରହିଛି । ଏହା ଭିତରେ ନନ୍ଦୀଗ୍ରାମ ସିଟ୍ ରେ ଶୁଭେନ୍ଦୁ ଅଧିକାରୀ ପଛରେ ପଡିଯାଇଛନ୍ତି । ତାଙ୍କୁ ମାତ୍ ଦେଇ ମମତା ବାନାର୍ଜୀ ଆଗରେ ଚାଲିଛନ୍ତି । ମମତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କୁ ୧୫୦୦ ସିଟ୍ ପଛରେ ପକାଇଛନ୍ତି । ପ୍ରତି ମିନିଟରେ ଫଳାଫଳ ବଦଳୁଛି । ବର୍ତ୍ତମାନ କେବଳ ସଂଧ୍ୟାକୁ ଅପେକ୍ଷା । ସେତେବେଳେ ହିଁ ଜଣାପଡିବ କାହାର କେତେ ଦମ୍ । ତେବେ ମମତା ଆଗରେ ଥିବାରୁ ତାଙ୍କ ସପକ୍ଷବାଦୀ ମାନେ ଏବେ ଠାରୁ ହିଁ ଶୋଭାଯାତ୍ରା କରିବା ଆରମ୍ଭ କରିସାରିଲେଣି ।

Get real time updates directly on you device, subscribe now.