fbpx

କୋଭିଡ୍ ରିଲିଫ ସାମଗ୍ରୀ ଉପରୁ ଛାଡ ହେବ ଶୁଳ୍କ: କେନ୍ଦ୍ର ଅର୍ଥ ବିଭାଗର ନିଷ୍ପତ୍ତି

ନୂଆଦିଲ୍ଲୀ ୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ସଂପର୍କିତ ରିଲିଫ ସାମଗ୍ରୀ ଉପରୁ ଛାଡ ହେବ ସମସ୍ତ ଶୁଳ୍କ । କରୋନାର ଏଭଳି ପରିସ୍ଥିତିରେ କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରିଲିଫ ସାମଗ୍ରୀ ଆମଦାନୀ ଉପରୁ ଉତ୍ପାଦ ଶୁକ୍ଳ ଓ ସ୍ୱାସ୍ଥ୍ୟ ସେସ୍ ଛାଡ କରାଯାଇଛି । ରେମଡେସିଭର ମେଡିସିନ୍ ଉପରୁ ଅକ୍ଟୋବର ଯାଏ ଶୁଳ୍କ ଛାଡ ହୋଇଛି । ସେହିପରି ଅକ୍ସିଜେନ୍ ଏବଂ ଅକ୍ସିଜେନ୍ ସମ୍ପର୍କିତ ସରଞ୍ଜାମ ଉପରୁ ଜୁଲାଇ ଯାଏ ଶୁଳ୍କ ଓ ସେସ୍ ଛାଡ କରାଯାଇଛି । କୋଭିଡ୍ ଟିକା ଉପରେ ମଧ୍ୟ ଶୁଳ୍କ ଛାଡ କରାଯିବା ପାଇଁ ଅର୍ଥ ବିଭାଗର ବିଜ୍ଞପ୍ତି ଜାରି ହୋଇଛି ।

ସେପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ୯୫୯କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୬୮ ହଜାର ୧୪୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

 

Get real time updates directly on you device, subscribe now.