fbpx

୨୭ ବର୍ଷ ପରେ ଅଲଗା ହେବେ ଗେଟସ୍ ଦମ୍ପତ୍ତି: ଛାଡ଼ପତ୍ର ଆବେଦନ କଲେ ବିଲ୍ ଓ ମେଲିଣ୍ଡା

ନୂଆଦିଲ୍ଲୀ, ୪ା୫: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ଓ ପତ୍ନୀ ମେଲିଣ୍ଡା ଗେଟସ୍ ଅଲଗା ହେବେ । ଗେଟସ୍ ଦମ୍ପତ୍ତି ବିବାହର ୨୭ ବର୍ଷ ପରେ ପରସ୍ପରକୁ ଛାଡ଼ପତ୍ର ଦେବେ । ବିଲ୍ ଓ ମେଲିଣ୍ଡା ଉଭୟେ ସହମତିକ୍ରମେ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି । ଛାଡ଼ପତ୍ର ନେଇ ଗେଟସ୍ ଦମ୍ପତ୍ତି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ବହୁବର୍ଷ ଏକାଠି ରହିବା ପରେ ସେମାନେ ବର୍ତ୍ତମାନ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇବେ । ବିଗତ ୨୭ ବର୍ଷ ମଧ୍ୟରେ ଉଭୟେ ନିଜର ସନ୍ତାନଙ୍କୁ ଲାଳନପାଳନ କରିବା ସହ ମାଇକ୍ରୋସଫ୍ଟ ପରି ବହୁରାଷ୍ଟ୍ରୀୟ କମ୍ପାନୀକୁ ଛିଡ଼ା କରିପାରିଛନ୍ତି । ଉଭୟେ ବ୍ୟକ୍ତିଗତ ଜୀବନରୁ ଅଲଗା ହେବା ପରେ କମ୍ପାନୀରେ ଏକାଠି କାର୍ଯ୍ୟ ବଜାୟ ରଖିବେ । ସୂଚନାଯୋଗ୍ୟ ଯେ, ଉଭୟେ ଦୁଇ ଦଶନ୍ଧି ପୂର୍ବେ ବିଲ୍ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ ଆରମ୍ଭ କରିଥିଲେ । ଏହି ଫାଉଣ୍ଡେସନ ବିଶ୍ୱର ବିଭିନ୍ନ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଆଦି କ୍ଷେତ୍ରକୁ ଅତୁଳନୀୟ ଅବଦାନ ଦେବା ସହ ଗରିବ, ଅନାଥ ଶିଶୁଙ୍କୁ ସହାୟତା ପ୍ରଦାନ କରିଆସିଛି ।

Get real time updates directly on you device, subscribe now.