fbpx

ଅକ୍ସିଜେନ ଯୋଗାଣରେ ବିଫଳ ହୋଇଥିବା ଅଧିକାରୀଙ୍କୁ ଜେଲରେ ରଖନ୍ତୁ, କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ଅମ୍ଳଜାନ ସଙ୍କଟ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ କ୍ରମାଗତ ଭାବରେ ଶୁଣାଣି ହେଉଥିଲା ହେଲେ କେନ୍ଦ୍ର ସରକାର ଆଜି ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି।

ଏନେଇ ଅମ୍ଳଜାନ ସଙ୍କଟ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି ଯେ ଦିଲ୍ଲୀରେ ଅକ୍ସିଜେନର ଚାହିଦା ଅଧିକ ହୋଇଥିବାରୁ ଏଥିପାଇଁ ସମ୍ବଳ ଅଧିକ ଆବଶ୍ୟକ। ଏହା ଏକ ଜାତୀୟ ବିପର୍ଯ୍ୟୟ, ଅମ୍ଳଜାନ ଅଭାବରୁ ଲୋକଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ନିଜ ତରଫରୁ ଚେଷ୍ଟା କରୁଛି, କିନ୍ତୁ ଅକ୍ସିଜେନ ଅଭାବ ଥିବାରୁ ଆମକୁ ଆପଣଙ୍କର ଯୋଜନା କୁହନ୍ତୁ ବୋଲି ଅଦାଲତରେ ଜଷ୍ଟିସ୍ ଶାହା କହିଛନ୍ତି । ଶୁଣାଣି ସମୟରେ ଜଷ୍ଟିସ ଚନ୍ଦ୍ରଚୁଡ଼ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ ଆପଣ ଦିଲ୍ଲୀକୁ କେତେ ଅମ୍ଳଜାନ ଦେଇଛନ୍ତି । ଏହାସହ କେନ୍ଦ୍ର ସରକାର ହାଇକୋର୍ଟରେ ଏହା କେମିତି କହିଥିଲେ ଯେ ସୁପ୍ରିମକୋର୍ଟ ଦିଲ୍ଲୀକୁ ୭୦୦ ମେଟ୍ରିକ ଟନ ଅମ୍ଳଜାନ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇ ନାହାଁନ୍ତି। ଏପ୍ରିଲ ପୂର୍ବରୁ ଅମ୍ଳଜାନ ପାଇଁ ଅଧିକ ଚାହିଦା ନଥିଲା, କିନ୍ତୁ ବର୍ତ୍ତମାନ ଏହା ହଠାତ୍ ବୃଦ୍ଧି ପାଇଥିବା କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି ।

ସୁପ୍ରିମକୋର୍ଟ ସିଧାସଳଖ କହିଛନ୍ତି ଯେ ନିର୍ଦ୍ଦେଶ ପାଳନ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ତ୍ୱ ଅଟେ । ଏଥିରେ ବିଫଳ ଅଧିକାରୀଙ୍କୁ ଜେଲରେ ରଖିଦିଅ କିମ୍ବା ଅବମାନନା ପାଇଁ ପ୍ରସ୍ତୁତ ଥାଅ । କିନ୍ତୁ ଦିଲ୍ଲୀ ଏଥିରୁ ଅମ୍ଳଜାନ ପାଇବ ନାହିଁ, ଏହା କେବଳ କାମ କରି ଉପଲବ୍ଧ ହେବ । କେନ୍ଦ୍ର ସରକାରଙ୍କ ଯୋଜନା ଉପରେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ ଏହି ଯୋଜନା କେବଳ ଏକ ଧାରଣା ଉପରେ ତିଆରି ହୋଇଛି । ପ୍ରତ୍ୟେକ ରାଜ୍ୟରେ ପରିସ୍ଥିତି ଏବଂ ଜିଲ୍ଲାରେ ଭିନ୍ନ ହୋଇପାରେ । ଏପରି ଭାବରେ ଆପଣ କେବଳ ଗୋଟିଏ ଉପାୟରେ ଗଣନା କରିପାରିବେ ନାହିଁ | ବର୍ତ୍ତମାନ ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଖରାପ। ତୁମେ ମେ’ ୩ , ୪ , ୫ ତାରିଖରେ ଦିଲ୍ଲୀ ପାଇଁ କଣ କରିଛ କୋର୍ଟ ପ୍ରଶ୍ନ କରିଛନ୍ତି ? କେନ୍ଦ୍ର ସରକାର ଏହାର ଉତ୍ତରରେ କହିଛନ୍ତି ଯେ ୩ ମେ’ ରେ ୪୩୩ ମେଟ୍ରିକ ଟନ, ୪ ମେ’ରେ ୫୮୫ ମେଟ୍ରିକ ଟନ ଅମ୍ଳଜାନ ଦିଲ୍ଲୀକୁ ଦେଇଛନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରତିଦିନ ସକାଳେ, ସନ୍ଧ୍ୟା ଏବଂ ଅପରାହ୍ନରେ ତଥ୍ୟ କୋର୍ଟରେ ପ୍ରଦାନ କରିବା ଉଚିତ। ଏଥିପାଇଁ ଭର୍ଚୁଆଲ କଣ୍ଟ୍ରୋଲ ରୁମ ବ୍ୟବହାର କରାଯିବା ଆବଶ୍ୟକ । କେଉଁ ଡାକ୍ତରଖାନା କେତେ ଅମ୍ଳଜାନ ଗ୍ରହଣ କରୁଛି, ତାହା ଡାକ୍ତରଖାନା ଏବଂ ଲୋକମାନେ ସମସ୍ତେ ଜାଣିବା ଉଚିତ୍ ।ସେପଟେ ବିଏମସି କରୋନା ଯୁଗରେ ବହୁତ ଭଲ କାମ କରିଛି, ଯେଉଁଥିରେ ଦିଲ୍ଲୀ ସରକାରଙ୍କୁ କିଛି ଶିଖିବା ଉଚିତ୍ ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.