fbpx

ଜାତୀୟ ପଞ୍ଜୀକରଣ ହାର ତୁଳନାରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ଆଜି ୟୁଆଇଡ଼ି କାର୍ଯ୍ୟକାରୀ କମିଟି ବୈଠକ ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଆଧାର ଉପ ମହାନିର୍ଦ୍ଦେଶକ ଜି.ଭେନୁଗୋପାଳ ରେଡ଼ି ଏନେଇ ସୂଚନା ଦେଇଛନ୍ତି । ଜାତୀୟ ପଞ୍ଜୀକରଣ ହାର ତୁଳନାରେ ଓଡ଼ିଶା ଆଗରେ ରହିଛି । ଜାତୀୟ ହାର ୯୦% ଥିବା ବେଳେ, ଓଡ଼ିଶାରେ ୯୩.୧% ପଞ୍ଜୀକରଣ ହୋଇଛି । ଆଇଟି ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ଏହି ସୂଚନା ଦେଇଛନ୍ତି । ୦-୫ ବର୍ଷ ୪୭%, ୫-୧୮ ବର୍ଷ ୮୧% ପଞ୍ଜୀକରଣ ହୋଇଥିବା ସୂଚନା ମିଳିଛି । ଏହି ୨ବର୍ଗରେ ଆଧାର ପଞ୍ଜୀକରଣ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଇଛି । ହସ୍ପିଟାଲ ଓ ଅଙ୍ଗନୱାଡ଼ିରେ ଆଧାର କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଜନ୍ମମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ କେନ୍ଦ୍ର ଖୋଲିବାକୁ ମଧ୍ୟ ସେହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.