fbpx

ପଣ୍ଡ ହେଲା ହତ୍ୟା ଷଡ଼ଯନ୍ତ୍ର: ସଉତୁଣୀକୁ ଅଟୋରୁ ରାସ୍ତାକଡ଼କୁ ଫିଙ୍ଗିଦେଇ ଫେରାର୍ ହେଲେ ମହିଳା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଯେତିକି ବଢ଼ୁଛି, ସେହି ଅନୁପାତରେ ଦିନକୁ ଦିନ ଡକାୟତି, ଲୁଟ୍, ହତ୍ୟା ଆଦି ବୃଦ୍ଧି ପାଇବାରେ ଲାଗିଛି । କରୋନାରେ ଜୀବନ ଜୀବିକା ବିପନ୍ନ ହୋଇପଡ଼ିଥିବା ବେଳେ ଅନେକ ଲୋକ ଅପରାଧିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ସ୍ୱାମୀଙ୍କର ଦ୍ୱିତୀୟ ପତ୍ନୀଙ୍କୁ ସହ୍ୟ କରିପାରିଲେନି ପ୍ରଥମ ପତ୍ନୀ । ତେଣୁ ଷଡ଼ଯନ୍ତ୍ର କରି ରାସ୍ତାରୁ ହଟାଇବା ପାଇଁ ରଚିଲେ ଷଡ଼ଯନ୍ତ୍ର । କୌଣସି ବାହାନା କରି ଦ୍ୱିତୀୟ ପତ୍ନୀଙ୍କୁ ଅଟୋ ଯୋଗେ ଜଙ୍ଗଲିଆ ରାସ୍ତାକୁ ନେଇଯାଇଥିଲେ । ପ୍ରଥମ ପତ୍ନୀଙ୍କ ସନ୍ଦେହ ହେବାରୁ ସେ ଚିତ୍କାର କରିଥିଲେ । ଫଳରେ ମହିଳାଙ୍କ ପାଟି ଶୁଣି ଦୁଇଜଣ ଲୋକ ଅଟୋକୁ ପିଛା କରିବା ସମୟରେ ଷଡ଼ଯନ୍ତ୍ରକାରୀମାନେ ମହିଳାଙ୍କୁ ରାସ୍ତାକଡ଼କୁ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ ।

ପୁରୀ ଜିଲ୍ଲାର ଡେଲାଙ୍ଗର ପିଢ଼ପାଟଣା ଅଞ୍ଚଳର ସୁଶାନ୍ତ ପାତ୍ର ଭୁବନେଶ୍ୱରର ଏମ୍ସ ଅଞ୍ଚଳରେ ରହୁଥିଲେ । ତାଙ୍କର ଦୁଇ ପତ୍ନୀ ତାଙ୍କ ସହ ଏକାଠି ରହୁଥିବାରୁ ଘରେ ବିବାଦ ସୃଷ୍ଟି ହେଉଥିଲା । ସଉତୁଣୀକୁ ରାସ୍ତାକୁ ହଟାଇବାକୁ ନେଇ ପ୍ରଥମ ପତ୍ନୀ ଏକ ଷଡ଼ଯନ୍ତ୍ର ଭିଆଇଥିଲେ । ସେ କୌଣସି ପ୍ରକାରେ ଏକ ଅଟୋ ଯୋଗେ ଦ୍ୱିତୀୟ ପତ୍ନୀଙ୍କୁ ଅପହରଣ କରିନେଇଥିଲେ । ଅଧାବାଟରେ ଦ୍ୱିତୀୟ ପତ୍ନୀ ଏ ନେଇ ଜାଣିବା ପରେ ଅଟୋ ମଧ୍ୟରେ ଥାଇ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ଦୁଇଜଣ ଯୁବକ ଅଟୋକୁ ପିଛା କରିବା ସମୟରେ ସେମାନେ ମହିଳାଙ୍କୁ ଅଟୋରୁ ଠେଲିଦେଇଥିଲେ । ତେବେ ଅଟୋ ଡ୍ରାଇଭର ଓ ପ୍ରଥମ ପତ୍ନୀ ଏହି ଘଟଣା ପରେ ଫେରାର ହୋଇଯାଇଛନ୍ତି । ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.