ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି ବ୍ଲାକ ଫଙ୍ଗସ୍ । ବିନା ଲକ୍ଷଣରେ ଲୋକମାନେ ଏହାର ଶିକାର ହୋଇ ଜୀବନ ହାରୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଏମ୍ସର ନ୍ୟୁରୋସର୍ଜରୀ ପ୍ରଫେସର ଡାକ୍ତର ପି ସରତ ଚନ୍ଦ୍ର ବ୍ଲାକ୍ ଫଙ୍ଗସକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ଡାକ୍ତର ସରତ କହିଛନ୍ତି ଯେ, ‘ କରୋନା ସଂକ୍ରମିତ ବା ସେଥିରୁ ସୁସ୍ଥ ହେଉଥିବା ରୋଗୀଙ୍କୁ ବ୍ଲାକ ଫଙ୍ଗସ ହେବାର ସମ୍ଭାବନା ଅଧିକ ରହିଛି । ଏହା ନୂଆ ନୁହେଁ କିନ୍ତୁ ପୂର୍ବରୁ ବ୍ଲାକ ଫଙ୍ଗସର ଏପରି ଭୟାନକ ରୂପ ଦେଖିବାକୁ ମିଳିନଥିଲା ।’ ଏହା ସହ ସମାନ ମାସ୍କକୁ ୨ରୁ ୩ ସପ୍ତାହ ପିନ୍ଧିବା ଦ୍ୱାରା ବ୍ଲାକ ଫଙ୍ଗସ୍ ବଢିଥାଏ ବୋଲି ଡାକ୍ତର ପି ସରତ ଚନ୍ଦ୍ର କହିଛନ୍ତି ।