fbpx

ସରିଲା ରେସଲରଙ୍କ ଲୁଚକାଳି ଖେଳ: ସହଯୋଗୀଙ୍କ ସହ ଗିରଫ ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ: ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି ରେସଲର ସୁଶୀଲ କୁମାର । ଗତ କିଛିଦିନ ଧରି ଫେରାର ଥିବା ସୁଶୀଲ ପୋଲିସକୁ ନାକେଦମ୍ କରିଦେଇଥିଲେ । ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ତାଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଥିଲା । ତେବେ ଆଜି ସୁଶୀଲ ତାଙ୍କ ସହଯୋଗୀଙ୍କ ସହ ଦିଲ୍ଲୀରୁ ଗିରଫ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀର ସ୍ପେଶାଲ ସେଲ୍ ପୋଲିସ ସୁଶୀଲଙ୍କ ସହ ତାଙ୍କ ସାଥୀ ଅଜୟଙ୍କୁ ଗିରଫ କରିଛି । ଦୁହେଁ ଏକ ସ୍କୁଟିରେ ବସି ଯାଉଥିବା ବେଳେ ଧରାପଡ଼ିଥିଲେ । ସୁଶୀଲଙ୍କୁ ଧରିବା ପାଇଁ ପୋଲିସ ପଞ୍ଜାବର ଭତିଣ୍ଡା, ମୋହାଲି ଆଦି ଅନେକ ସ୍ଥାନରେ ଚଢ଼ାଉ କରିଥିଲା । ମାତ୍ର ବାରମ୍ବାର ସୁଶୀଲ ପୋଲିସକୁ ଚକମା ଦେଇ ଚାଲିଥିଲେ । ଶେଷରେ ଦିଲ୍ଲୀର ସ୍ପେଶାଲ ସେଲ୍ ପୋଲିସ ସୁଶୀଲଙ୍କୁ ଧରିବାରେ ସଫଳ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.