fbpx

ଦିଲ୍ଳୀ-ଏନସିଆରରେ ‘Mysterious Fog’, ଖସିଲା ଦୃଶ୍ୟମାନ ସୀମା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ପୁଣିଥରେ ଦୂଷିତ ହେବାରେ ଲାଗିଛି । ରବିବାର ସକାଳ ସମୟରେ ଦିଲ୍ଲୀରେ ଏକ ଅଲଗା ପ୍ରକାରର ବାୟୁ ଚତୁର୍ଦିଗରେ ମିଶ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଅଲଗା ପ୍ରକାରର ଦୂଷିତ ବାୟୁ ବର୍ତ୍ତମାନ ରାଜଧାନୀବାସୀଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇଛି । ଏହାକୁ ‘Mysterious Fog’ ବୋଲି ମଧ୍ୟ କହିପାରିବା କାରଣ ଏହି କୁହୁଡି ଏନେ ଦିଲ୍ଳୀର କିଛି କିଛି ସ୍ଥାନରେ ଦେଖିବାକୁ ମିଳିଛି । କୁହୁଡି ସଦୃଶ ଏହି ବାୟୁ ଏତେ ମାତ୍ରାରେ ବାୟୁମଣ୍ଡଳରେ ମିଶିଯାଇଛି ଯେ ବର୍ତ୍ତମାନ ଦିଲ୍ଲୀର ଦୃଶ୍ୟମାନ ହାର ସୀମାପାର୍ କରିଛି ।

ତେବେ ଆଇଏମଡି ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ, ଆଜି ଦିଲ୍ଳୀ ଏବଂ ହରିୟାଣାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ଦିଲ୍ଳୀରେ ଯେଉଁଭଳି ଭାବରେ ଭୀଷଣ ଗରମ ହେଉଛି ସେଥିରୁ ଏହି ବର୍ଷା ମୁକ୍ତି ଦେବ ବୋଲି ଆଶା କରାଯାଇଛି । ଦିଲ୍ଲୀର ତାପମାତ୍ରା ଆଜି ୩୭ ଡିଗ୍ରୀ ଏବଂ ତାଠାରୁ କମ୍ ମଧ୍ୟ ରହିପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.