fbpx

ଭାରତକୁ 5 କୋଟି ଡୋଜ ଦେବାକୁ ପ୍ରସ୍ତୁତ ଫାଇଜର, ଆସନ୍ତା ବର୍ଷ ମଡେର୍ଣ୍ଣାର ସିଙ୍ଗଲ ଡୋଜ୍ ଟୀକା

ନୂଆଦିଲ୍ଲୀ: ଆମେରିକୀୟ ଫାର୍ମା କମ୍ପାନୀ ମଡେର୍ଣ୍ଣା 2022 ମସିହାରେ ଭାରତରେ ଏହାର ସିଙ୍ଗଲ ଡୋଜ ଟିକା ଲଞ୍ଚ କରିପାରେ । ଏଥିପାଇଁ ଭାରତର ସିପଲା ଏବଂ ଫାର୍ମା କମ୍ପାନୀ ସହ ଆଲୋଚନା ଚାଲିଛି। ସୂଚନା ଅନୁଯାୟୀ ପାଞ୍ଚ କୋଟି ଡୋଜ ଯୋଗାଣ ପାଇଁ ଆଲୋଚନା ଚାଲିଛି। ଏଥି ସହିତ, ଅନ୍ୟ ଏକ ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଭାରତକୁ ଏହାର ପାଞ୍ଚ କୋଟି ଟୀକା ଡୋଜ ଦେବାକୁ ପ୍ରସ୍ତୁତ ଅଛି । କମ୍ପାନୀ ଚଳିତ ବର୍ଷ କେବଳ ଏତିକି ମାତ୍ରାର ଡୋଜ ଦେବା ନେଇ କହିଛି ।

ଆମେରିକା ସମେତ ଅନ୍ୟାନ୍ୟ ଦେଶରେ ମଡେର୍ଣ୍ଣା ଟୀକାକୁ ଟୀକାକରଣ କରାଯାଉଛି । ଏହି ଟୀକା 3 ପର୍ଯ୍ୟାୟ ପରୀକ୍ଷଣରେ ଫଳାଫଳ 94.1% ପ୍ରତିଶତ ରହିଥିଲା । ତେବେ ଆରମ୍ଭରେ ସେହି ଟୀକାକୁ ଭାରତରେ ଅନୁମତି ମିଳିଥିଲା ଯାହା ଭାରତରେ ପରୀକ୍ଷା କରାଯାଇଥିଲା। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ବିଦେଶୀ ଟିକା କମ୍ପାନୀଗୁଡିକ ପାଇଁ ମଧ୍ୟ ରାସ୍ତା ଖୋଲିଛନ୍ତି।

ପୂର୍ବରୁ କୁହାଯାଇଥିଲା ଯେ 12-17 ବର୍ଷ ବୟସ ବର୍ଗରେ ମଡେର୍ଣ୍ଣା ଟୀକା ବହୁତ ପ୍ରଭାବଶାଳୀ । କମ୍ପାନୀ ମଙ୍ଗଳବାର ଏହା ଘୋଷଣା କରିଛି। କମ୍ପାନୀ କହିଛି ଯେ ଏହି ବୟସ ବର୍ଗଙ୍କଠାରେ ଟୀକା ଲକ୍ଷଣଯୁକ୍ତ ସଂକ୍ରମଣକୁ ରୋକିବାରେ ଶତ ପ୍ରତିଶତ ପ୍ରଭାବଶାଳୀ ହୋଇଛି। ତେବେ କମ୍ପାନୀ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସଠାରୁ ଅନୁମତି ପାଇଁ ଯୋଗୋଯୋଗରେ ଅଛି । ଆଶା କରାଯାଉଛି କମ୍ପାନୀ ଜୁନ୍ ମାସରୁ ଟୀକାକରଣ ଆରମ୍ଭ କରିବ।

ଗତ ବର୍ଷ ମଧ୍ୟ ମଡେର୍ଣ୍ଣା ଟୀକାକୁ ନେଇ ଚର୍ଚ୍ଚା ହେଉଥିଲା । ତେବେ ଟୀକା ରକ୍ଷଣାବେକ୍ଷଣ ମହଙ୍ଗା ପଡିପାରେ। ଏହାକୁ -20 ଡିଗ୍ରୀ ତାପମାତ୍ରାରେ ଫ୍ରିଜ୍ କରି ରଖିବାକୁ ପଡିବ | ଯେତେବେଳେ କି PFIZER ଟୀକା  -70 ଡିଗ୍ରୀ ତାପମାତ୍ରା ଆବଶ୍ୟକ କରେ |

Get real time updates directly on you device, subscribe now.