fbpx

କମ୍ ସମୟରେ ଚଢ଼ିଲେ ଏଭରେଷ୍ଟ୍, ୪୪ ବର୍ଷ ବୟସରେ କଲେ ରେକର୍ଡ, ଜାଣନ୍ତୁ ପୂରା ରିପୋର୍ଟ

ନେପାଳର ଫୁଞ୍ଜୋ ଝାଙ୍ଗମୁ ଲାମା ନାମକ ଜଣେ ମହିଳା ପୂର୍ବରୁ ଏଭଳି ରେକର୍ଡ କରିଥିଲେ ।

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛା ଶକ୍ତିର ଅଦ୍ଭୂତପୂର୍ବ ସଫଳତା ପାଇଛନ୍ତି ଜଣେ ମହିଳା । ଏଭରେଷ୍ଟ୍ ଗିରିଶୃଙ୍ଗର ଶୀର୍ଷ ଛୁଇଁ ନୂଆ ରେକର୍ଡ କରିଛନ୍ତି ହଂକଂ ବାସିନ୍ଦା ସାଙ୍ଗ୍ ୟିନ୍-ହୁଙ୍ଗ୍ । ଗତ ରବିବାର ତାଙ୍କୁ ମିଳିଛି ଏହି ସଫଳତା । ମାତ୍ର ୨୫ ଘଣ୍ଟା ୫୦ ମିନିଟ୍ ସମୟ ମଧ୍ୟରେ ୨୯,୦୩୧ ଫୁଟ ଉଚ୍ଚ ଗିରିଶୃଙ୍ଗର ଶୀର୍ଷରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ସାଙ୍ଗ୍ ।

‘ଏଭରେଷ୍ଟ୍‌’ ବେସ୍ କ୍ୟାମ୍ପ୍ ର ସରକାରୀ ଅଧିକାରୀ ଜ୍ଞାନେନ୍ଦ୍ର ଶ୍ରେଷ୍ଠ କହିଛନ୍ତି ଯେ ସାଙ୍ଗ୍ ଶନିବାର ଅପରାହ୍ଣ ୧ ଟା ୨୦ରେ ସାଙ୍ଗ୍  ବେସ୍ କ୍ୟାମ୍ପ୍ ରୁ ବାହାରି‌ ପରଦିନ ଅପରାହ୍ଣ ୩:୧୦ରେ ଶୃଙ୍ଗ ଶିଖରରେ ପହଞ୍ଚି‌ଥିଲେ। ତେବେ ଏହି କୃତିତ୍ୱ ପାଇଁ ଗିନିଜ୍ ୱାର୍ଲଡ୍ ରେକର୍ଡସ୍ ପ୍ରମାଣପତ୍ର ପାଇବାକୁ ହେଲେ ସାଙ୍ଗ୍ ନିଜର ଦାବି ଜଣାଇବାକୁ ପଡ଼ିବ । ଏଠାରେ ସୂଚନା ଯୋଗ୍ୟ ଯେ ପର୍ବତାରୋହୀମାନେ ଶୃଙ୍ଗ ଶିଖର ପହଞ୍ôଚବା ନେଇ ନେପାଳ ସରକାର ସାର୍ଟିଫିକେଟ୍ ପ୍ରଦାନ କରନ୍ତି କିନ୍ତୁ ରେକର୍ଡ ସମ୍ପର୍କିତ ପ୍ରମାଣପତ୍ର ଦିଅନ୍ତି ନାହିଁ । ନେପାଳର ଫୁଞ୍ଜୋ ଝାଙ୍ଗମୁ ଲାମା ନାମକ ଜଣେ ମହିଳା ପୂର୍ବରୁ ଏଭଳି ରେକର୍ଡ କରିଥିଲେ । ସେ ଦ୍ରୁତଗତିରେ ଏଭରେଷ୍ଟ୍ ଶୃଙ୍ଗ ପହଞ୍ôଚ ପାରିଥିବା ରେକର୍ଡ ରହିଛି । ତେବେ ସେ ଏଥିପାଇଁ ୩୯ ଘଣ୍ଟା ୬ ମିନିଟ୍ ସମୟ ନେଇଥିଲେ । ଯାହାକି ସାଙ୍ଗ୍ ତାଙ୍କଠାରୁ ଯଥେଷ୍ଟ କମ୍ ସମୟ ନେଇଛନ୍ତି । ସେହିପରି ସାଙ୍ଗ୍ ପୂର୍ବରୁ ୨୦୧୭ରେ ଏଭରେଷ୍ଟ୍ ଶିଖର ଛୁଇଁବାରେ ପ୍ରଥମ ହଂକଂ ମହିଳା । ଗତ ରବିବାର କରିଥିବା ରେକର୍ଡକୁ ମିଶାଇ ସାଙ୍ଗ ତୃତୀୟଥର ପାଇଁ ଏଭରେଷ୍ଟ୍ ଆରୋହଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀରେ ସବୁ ଦେଶ କଲବଲ ହେଉଥିବାବେଳେ ଗ୍ରୀଷ୍ମକାଳୀନ ଏଭରେଷ୍ଟ୍ ଆରୋହଣ ପାଇଁ ପ୍ରାୟ ୩୫୦ ଜଣ ଆବେଦନ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୨ଟି ଟିମ୍ ସେମାନଙ୍କ ସଦସ୍ୟ କରୋନା ପଜିଟିଭ୍ ଥିବା କାରଣରୁ ପର୍ବତାରୋହଣରୁ ଓହରି ଯାଇଥିଲେ । ସେହିପରି ପୂର୍ବ ଭାରତରେ ବାତ୍ୟା ୟଶ୍ ଏହାର ଅତି ଭୀଷଣ ପ୍ରଭାବ ପକାଇଥିବାବେଳେ ନେପାଳର ପାଣିପାଗ ସଂସ୍ଥା ସେଠାରେ ପରିବେଶର ଅବସ୍ଥା ଭଲ ନଥିବା ନେଇ ସତର୍କ ସୂଚନା ଜାରି କରିଛି ।

Get real time updates directly on you device, subscribe now.