fbpx

ଭଲ ଖବର: ୩ ସପ୍ତାହରେ ୫୦% କମିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଇ ସାରିଛନ୍ତି । ହେଲେ ଏହା ଭିତରେ ଏକ ଖୁସି ଖବର ଆସିଛି । ଭାରତରେ କରୋନାର ୧ ଲକ୍ଷ ୬୫ ହଜାର ୫୫୩ ନୂଆ ମାମଲା ଚିହ୍ନଟ ହେବା ପରେ ଦ୍ୱିତୀୟ ଲହରରେ ସଂକ୍ରମଣ କମିବାର ସମ୍ଭାବନା ଅଧିକ ହୋଇଯାଇଛି । ଗତ ୩ ସପ୍ତାହ ମଧ୍ୟରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ୫୦ ପ୍ରତିଶତ କମିଥିବା ରିପୋର୍ଟ ପ୍ରକାଶ ପାଇଛି । ଯାହା ସମସ୍ତଙ୍କୁ ଆଶ୍ୱସ୍ତ କରିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଜାରି କରାଯାଇଥିବା ରିପୋର୍ଟ ମୁତାବକ, ଭାରତରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୫ ହଜାର ୫୫୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୪୬୦ ଜଣଙ୍କର ମୃତ୍ୟୁ ହୋଇଛି । ମାତ୍ର ୩ ସପ୍ତାହରେ ନୂଆ ମାମଲା ୫୦ ପ୍ରତିଶତ କମିଛି । ସଂକ୍ରମଣ ବଢ଼ିବା ପରଠାରୁ ହିଁ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଜାରି କରାଯିବା ଫଳରେ ସଂକ୍ରମଣ ଅଧିକ ମାତ୍ରାରେ କମିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ପୂର୍ବବର୍ଷ କିନ୍ତୁ ସଂକ୍ରମଣ ହ୍ରାସ ପାଇବାକୁ ୬ ସପ୍ତାହ ଲାଗିଥିବା ବେଳେ ଏବର୍ଷ ମାତ୍ର ୩ ସପ୍ତାହରେ ସଂକ୍ରମଣ କମିଥିବା ରିପୋର୍ଟ ପ୍ରକାଶ ପାଇଛି ।

ସେହିପରି ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୬ ହଜାର ୩୦୯ ଜଣଙ୍କ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨ କୋଟି ୫୪ ଲକ୍ଷ ୫୪ ହଜାର ୩୨୦ ହୋଇଯାଇଛି । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୧୪ ହଜାର ୫୦୮ ରହିଛି।

Get real time updates directly on you device, subscribe now.