fbpx

ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାମରେ ଆସିଲା ଯୌନ ଶୋଷଣ ଅଭିଯୋଗ: ଜୋରଜବରଦସ୍ତ ୩ ଥର ଗର୍ଭପାତ କରାଯାଇଥିବା କହିଲେ ଅଭିନେତ୍ରୀ

ଚେନ୍ନାଇ: ତାମିଲନାଡ଼ୁର ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଏନେଇ ପୂର୍ବତନ ମନ୍ତ୍ରୀ ତଥା ଏଆଇଏଡିଏମକେ ପାର୍ଟିର ନେତା ମଣିକନନ୍ଦନଙ୍କ ନାମରେ ମାମଲା ଦାୟର କରିଛନ୍ତି ଜଣେ ଅଭିନେତ୍ରୀ । ଚେନ୍ନାଇର ମହିଳା ଥାନାରେ ରେପ୍ କେସ ସହ ଆଇପିସିର ବିଭିନ୍ନ ଧାରାରେ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି ।

ଅଭିନେତ୍ରୀ ଜଣ କହିଛନ୍ତି ଯେ, ବିବାହର ପ୍ରତିଶ୍ରୁତି ଦେଇ ମଣିକନନ୍ଦନ ତାଙ୍କୁ ଯୌନ ଶୋଷଣ କରିଛନ୍ତି । ଏହାଛଡ଼ା ଜବରଦସ୍ତ ତାଙ୍କର ଗର୍ଭପାତ କରାଇଥିଲେ । ଗତ ୫ ବର୍ଷ ହେଲା ସେ ଅଭିନେତ୍ରୀଙ୍କ ଯୌନ ଶୋଷଣ କରି ଆସୁଥିଲେ । ସେ ୩ ଥର ଗର୍ଭବତୀ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ମଣିକନନ୍ଦନ ତାଙ୍କର ଗର୍ଭପାତ କରାଇଥିଲେ । ବିଭିନ୍ନ ସମୟରେ ସେ ଅଭିନେତ୍ରୀଙ୍କୁ ଦେଶ ଛାଡ଼ି ଚାଲି ଯିବାକୁ ବାଧ୍ୟ କରୁଥିଲେ । ଏହାଛଡ଼ା ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଫଟୋ ଶେୟାର କରିବାର ଧମକ ମଧ୍ୟ ଦେଉଥିଲେ ବୋଲି ଅଭିନେତ୍ରୀ ଜଣକ ଅଭିଯୋଗ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.