fbpx

ଭାରତୀୟ କରୋନା ଷ୍ଟ୍ରେନ୍‌କୁ “ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭୂତାଣୁର ନାମକରଣ ହୋଇଛି । ଏହାର ନାଁ ଦିଆଯାଇଛି ‘ଡେଲ୍‌ଟା ଭାରିଏଣ୍ଟ’ । ବିଶ୍ୱ
ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ପ୍ରଥମଥର ପାଇଁ କରୋନା ଭୂତାଣୁ ଷ୍ଟ୍ରେନ୍‌ର ନାମକରଣ କରିଛି । ଭାରତରେ ଦେଖା ଦେଇଥିବା କରୋନାର ମ୍ୟୁଟାଂଟ୍‌ ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଏଣ୍ଟ ବୋଲି କୁହାଯିବାକୁ ନେଇ ଆପତ୍ତି କରିଥିଲା ନୂଆଦିଲ୍ଲୀ । ଏବେ ହୁ’ ଏହାର ନାମ ‘ଡେଲଟା’ ରଖିଛି ।

କରୋନ ପାଇଁ ଦାୟୀ ହୋଇଥିବା ଭାଇରସର ନାମକରଣ ଗ୍ରୀକ ଅଲଫାବେଟର ବ୍ୟବହାର କରାଯାଇ ନାମିତ ହୋଇଛି । ବ୍ୟାପକ ପରାମର୍ଶ ଏବଂ ତର୍ଜମା ପରେ ଏହି ନାମ ସ୍ଥିର କରାଯାଇଛି । ଏଥିପାଇଁ ହୁ’ ସମଗ୍ର ବିଶ୍ୱରେ ବିଶେଷଜ୍ଞ ଗୋଷ୍ଠୀଙ୍କୁ ଏହା କରିବାକୁ ନିର୍ଦ୍ଦେଶ ଦେଇଥିଲା ।ଏହା ପୂର୍ବରୁ ଇଂଲଣ୍ଡରେ ଦେଖା ଦେଇଥିବା କରୋନା ଷ୍ଟ୍ରେନର ନାଁ ‘କାପା’ ରଖାଯାଇଛି । ସେହିପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ ‘ବିଟା’ ଓ ବ୍ରାଜିଲ ଷ୍ଟ୍ରେନର ନାଁ ‘ଗାମା’ ରଖାଯାଇଛି ।

ଏଥିସହ ବିଶ୍ୱର ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଏଣ୍ଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।  ପ୍ରାୟ ୨୪ଟି ଅକ୍ଷରକୁ ନେଇ ଆଲ୍ଫାରୁ ଓ ମେଗା ଯାଏଁ ନାମକରଣ କରାଯାଇଛି । ନାମକରଣ ପ୍ରଣାଳୀରେ ବିଶେଷଜ୍ଞ, ଏବଂ ଅଣ-ଆଣବିକ, ଜୀବାଣୁ ଟକ୍ସୋନୋମିକ୍‌ ବିଶେଷଜ୍ଞ, ରାଷ୍ଟ୍ରୀୟ ପ୍ରାଧିକରଣ ସାମିଲ ହୋଇଥିଲେ। । 

Get real time updates directly on you device, subscribe now.