fbpx

୯ରେ ଟିକା ଟେଣ୍ଡର ପ୍ରାଇସ୍ ବିଡ୍

ଭୁବନେଶ୍ୱର(ଓଡିଶା ଭାସ୍କର):  ଟିକା ଅଭାବକୁ ଦୃଷ୍ଟିରେ ରଖି ଟିକା କିଣିବା ନେଇ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆରମ୍ଭ କରିଛନ୍ତି । ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରସଙ୍ଗରେ ପ୍ରାଇସ୍ ବିଡ ପାଇଁ ଦିନ ଘୁଞ୍ଚାଇଛି ରାଜ୍ୟ ଔଷଧ ନିଗମ । ଆସନ୍ତା ୯ ତାରିଖ ଦିନ ସାଢେ ୧୧ଟାରେ ଖୋଲିବ ପ୍ରାଇସ୍ ବିଡ । ତେବେ ଆଜି ଟେଣ୍ଡର ପାଇଁ ୨ଟି ବିଡ ଆସିଥିବା ନେଇ ଉଲ୍ଲେଖ କରିଥିଲା ବିଭାଗ ।

 

ସୂଚନାଯୋଗ୍ୟ, ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇଥିଲା । ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ ।

Get real time updates directly on you device, subscribe now.