fbpx

ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଲା ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ “ଦ ମାଉଣ୍ଟେନ୍ ହକି ‘

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ହକି ପ୍ରେମୀଙ୍କ ସମେତ ସମସ୍ତ ଓଡ଼ିଆଙ୍କ ପାଇଁ ଖୁସି ଖବର । ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ “ମାଉଣ୍ଟେନ୍ ହକି ଦ ଲ୍ୟାଣ୍ଡ ଅଫ୍ ଓଡ଼ିଶା’ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ରେ ମୁକ୍ତିଲାଭ କରିଛି । ଏହି ଡକ୍ୟୁମେଣ୍ଟାରୀଟି ଜଣେ ନିଃସ୍ୱାର୍ଥପର ହକି ପ୍ରଶିକ୍ଷକ ରାଜେନ୍ଦ୍ର କୁଜୁରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ।

ସୁନ୍ଦରଗଡ଼ ଜିଲ୍ଲାର ଅମାଲିଖାମନର ଏକ ଦୂର ଗ୍ରାମରେ ଥିବା ଏକ ଗରିବ ଆଦିବାସୀ
ଝିଅଙ୍କୁ ହକି ଶିକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ଜଣେ ପ୍ରଶିକ୍ଷକ ହେଉଛନ୍ତି ରାଜେନ୍ଦ୍ର କୁଜୁର । ଡକ୍ୟୁମେଣ୍ଟାରୀରେ କୁଜୁରଙ୍କର ଉତ୍ସର୍ଗୀକୃତ ଓ ନିଷ୍ଠାପର ଜୀବନର କାହାଣୀ ଚିତ୍ରିତ ହୋଇଛି । ଯିଏକି ଆର୍ଥିକ ସଙ୍କଟରେ ଥାଇ ମଧ୍ୟ ୧୦ ବର୍ଷ ଧରି ଆଦିବାସୀ ଝିଅମାନଙ୍କୁ ତାଲିମ ଦେଇଥିଲେ । ଏହି ଡକ୍ୟୁମେଣ୍ଟାରୀଟି ସମ୍ପୂର୍ଣ୍ଣ ଭାବେ ଗାଁରେ ଶୁଟିଂ କରାଯାଇଛି ।

ଏହି ଚଳଚ୍ଚିତ୍ରର ମିଳିତ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ମହାପାତ୍ର ଓ ଅବିନାଶ ପ୍ରଧାନ ।
ସେହିପରି ରାଜକିଶୋର ହୋତା, ମନୀଷ ଭୂଷଣ ଓ ସୁବ୍ରଜିତ୍ ପ୍ରଧାନ ଫିଲ୍ମର ପ୍ରଯୋଜନା
କରିଛନ୍ତି । ଦେବାଶିଷ ମହାପାତ୍ର ଓ ଅବିନାଶ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ହକି
ବିଶ୍ୱକପ-୨୦୧୮ର ସଫଳ ଆୟୋଜନ ସମୟରେ ଡକ୍ୟୁମେଣ୍ଟାରୀ ପାଇଁ ପ୍ରେରଣା ଯୋଗାଇଥିଲା । କୋଚ୍ କୁଜୁରଙ୍କ ସଂଘର୍ଷମୟ ଜୀବନ ଏବଂ ପ୍ରେରଣା ଦାୟକ କାହାଣୀ ବିଷୟରେ ଜାଣିବାକୁ ମିଳିଲା । ଏହାପରେ ଡକ୍ୟୁମେଣ୍ଟାରୀ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ । ଏହା ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବର ବିଷୟ ଯେ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଓଡ଼ିଆ ଭାଷାରେ ଏକ ଡକ୍ୟୁମେଣ୍ଟାରୀ ମୁକ୍ତିଲାଭ କରିଛି ।

Get real time updates directly on you device, subscribe now.