fbpx

ଭାଙ୍ଗି ଯାଇଛି ପରିବାରର ‘ମେରୁଦଣ୍ଡ’, ବାପା ଭୋଗୁଛନ୍ତି ଯନ୍ତ୍ରଣା… ଗୁମୁରି କାନ୍ଦୁଛି ପୁଅ

କେନ୍ଦ୍ରାପଡ଼ା:(ଓଡ଼ିଶା ଭାସ୍କର):ଆପଣଙ୍କର ଏକ ଛୋଟିଆ ସାହାଯ୍ୟ ମୋ ବାପାଙ୍କ ଜୀବନ ବଞ୍ଚାଇପାରିବ । ମୋ ବାପାଙ୍କ ଜୀବନ ମରଣ ସହ ଲଢୁଛନ୍ତି । ଦୟାକରି ମୋତେ ସାହାର୍ଯ୍ୟ କରନ୍ତୁ । ବାପାଙ୍କର ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରୁଛି ପୁଅ ।

ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଗାଁରେ । ସତ୍ୟଜିତ୍ ସାହୁଙ୍କ ବାପା ରାମଚନ୍ଦ୍ର ସାହୁଙ୍କର ଗତ ଏପ୍ରିଲ ୨୨ ତାରିଖରେ କୌଣସି କାମରେ ଯାଉଥିବାବେଳେ ହଠାତ୍ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ତାଙ୍କ ଅଣ୍ଟାର ମେରୁଦଣ୍ଡ, ଛାତି ହାଡ ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯାହାଫଳରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ ଗୁରୁତର ଭାବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୀର୍ଘ କିଛି ଦିନ ହେବ ଆଇସିୟୁରେ ରହିଥିବା ବେଳେ ତାଙ୍କ ଚିକିତ୍ସାରେ ପରିବାର ଓ ପୁଅ ସତ୍ୟଜିତ୍ ପାଖରେ ଥିବା ସବୁ ସଞ୍ଚିତ ଅର୍ଥ ସରିଯାଇଛି । ତେବେ ତାଙ୍କର ଆଗାମୀ ସର୍ଜରୀ ପାଇଁ ପାଖାପାଖି ୧୦ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । କିନ୍ତୁ ପୁଅ ସତ୍ୟଜିତ୍ଙ୍କ ପାଖରେ ସେତିକି ଅର୍ଥ ନଥିବାରୁ କିଛି ଉପାୟ ନପାଇ ସହାୟତା ଭିକ୍ଷା କରିଛନ୍ତି । ତେଣୁ ସେ ସମସ୍ତଙ୍କୁ ନିବେଦନ କରି କହିଛନ୍ତି ଯେ ଯଦି ଆପଣ କିଛି ସହାୟତା କରିବେ ତେବେ ମୋ ବାପାଙ୍କ ଜୀବନ ବଞ୍ଚିଯାଇପାରିବ ।

ତେବେ ଆପଣ ଚାହିଁଲେ ସତ୍ୟଜିତ୍ ଫୋନ ପେ କିମ୍ବା ଗୁଗୁଲ ପେ ଜରିଆରେ ସାହାଯ୍ୟ କରିପାରିବେ ।
ଫୋନ ପେ / ଗୁଗୁଲ ପେ ନମ୍ବର-୭୯୭୮୫୧୫୩୯୭

Get real time updates directly on you device, subscribe now.