fbpx

ସୋନୁ ସୁଦଙ୍କୁ ଭେଟିଲେ ତେଲେଙ୍ଗାନା ଛାତ୍ର, ହାଇଦ୍ରାବାଦରୁ ଚାଲିଚାଲି ପହଞ୍ଚିଲେ ମୁମ୍ବାଇ

ମୁମ୍ବାଇ: ରିଅଲ୍ ହୀରୋ ତଥା ଦେବଦୂତ ଭାବେ ସୋନୁ ସୁଦଙ୍କୁ ପ୍ରଶଂସା କରୁଥିବା ତେଲେଙ୍ଗାନା ଛାତ୍ରଙ୍କ ଇଚ୍ଛା ପୂରଣ ହୋଇଛି । ହାଇଦ୍ରାବାଦରୁ ଚାଲିଚାଲି ମୁମ୍ବାଇ ଅଭିମୁଖେ ଯାଇଥିବା ଛାତ୍ର ଭେଙ୍କେଟସଙ୍କୁ ତାଙ୍କ କଷ୍ଟର ଫଳ ମିଳିଛି । ସୋନୁ ସୁଦଙ୍କୁ ଭେଟିବା ପରେ ସେ ଖୁବ୍ ଖୁସିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଯୁକ୍ତଦୁଇ ୨ୟ ବର୍ଷର ଛାତ୍ର ଭେଙ୍କେଟସଙ୍କ ମା’ ଆରପାରିରେ । ବହୁ କଷ୍ଟରେ ବାପା ଘର ଚଳାଉଥିବାବେଳେ ଭରସା ଥିଲା ଏକ ଅଟୋ । ତେବେ ଉକ୍ତ ଅଟୋ ପାଇଁ କିସ୍ତି ଦେଇନପାରିବାରୁ ଫାଇନାନ୍ସ ସଂସ୍ଥା ଅଟୋ ନେଇଗଲା । ଏଥିରେ ବାପାଙ୍କ ସମେତ ଭେଙ୍କେଟସ୍ ଖୁବ୍ ଭାଙ୍ଗି ପଡ଼ିଲେ । ଏଭଳି ସଂକଟ ମଧ୍ୟରେ ସେ ଖୁବ୍ ଭଲପାଉଥିବା ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କୁ ଭେଟିବାକୁ ସ୍ଥିର କଲେ । ନିଜର ଦୁଃଖ ଜଣାଇବା ପାଇଁ ସେ ପଦଯାତ୍ରାରେ ବାହାରି ପଡ଼ିଲେ । ଧରିଥିଲେ କେବଳ ସୋନୁଙ୍କ ଫଟୋ ଲାଗିଥିବା ଏକ ପ୍ଲାକାର୍ଡ ।

ଆହୁରି ପଢ଼ନ୍ତୁ:
ସୋନୁ ସୁଦଙ୍କୁ ଜଣାଇବେ ଦୁଃଖ, ପଦଯାତ୍ରାରେ ବାହାରିଛନ୍ତି ତେଲେଙ୍ଗାନାର ଛାତ୍ର

ଭେଙ୍କେଟସଙ୍କ ଏଭଳି ପଦଯାତ୍ରା ଓ ଲକ୍ଷ୍ୟ ସମ୍ପର୍କରେ ପୂର୍ବରୁ ମଧ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଥିଲା । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ତେବେ ସୋନୁ ସୁଦ୍ ତାଙ୍କ ଇନଷ୍ଟାଗ୍ରାମ ପେଜ୍ ରେ ଭେଙ୍କେଟସଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଏତେ ଦୂର ଚାଲିଚାଲି ଆସିଥିବା ପ୍ରଶଂସକଙ୍କୁ ସେ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ଭେଙ୍କେଟସଙ୍କ ଲକ୍ଷ୍ୟ ଓ ପରିଶ୍ରମ ଖୁବ୍ ପ୍ରେରଣାଦାୟକ । ତେବେ ଏଭଳି କଷ୍ଟ ଉଠାଇବାକୁ କାହାକୁ ମୁଁ ଉତ୍ସାହିତ କରୁନାହିଁ ବରଂ ସମସ୍ତଙ୍କୁ ଭଲପାଏ ବୋଲି ସୋନୁ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

 

View this post on Instagram

 

A post shared by Sonu Sood (@sonu_sood)

Get real time updates directly on you device, subscribe now.