fbpx

ରାଶିଫଳ (ବୁଧବାର ,୧୬ ଜୁନ ,୨୦୨୧)

ମେଷ: କୌଣସି କାରଣରୁ ନିରାଶ ହେବେ । ଲକ୍ଷ୍ୟରେ ପହଞ୍ଚିବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।

ବୃଷ: କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ  ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି ।

ମିଥୁନ: ଆଜି ଆପଣଙ୍କୁ ଏହା ଜାଣି ବହୁତ ଖରାପ ଅନୁଭବ ହେବଯେ ଯାହାକୁ ଆପଣ ନିଜ ସାଙ୍ଗ ଭାବୁଛନ୍ତି ସେ ଆପଣଙ୍କ ପିଠି ପଛରେ ଆପଣଙ୍କର ଖରାପ କରୁଛନ୍ତି ।

କର୍କଟ: ନିଜ ଘରେ ପୂର୍ଣ୍ଣ ଦିନ ବିତାଇଲେ ଆଜି ଆପଣ ନିଜ ପରିବାରର ସୁନ୍ଦରତାକୁ ଚିହ୍ନି ପାରିବେ । ତାଙ୍କ ଦ୍ୱାରା ମିଳିଥିବା ସହଯୋଗ ଆପଣଙ୍କ ମନକୁ ସ୍ପର୍ଶ କରିବ।

ସିଂହ: ଆଜି ଆପଣ ସେମାନଙ୍କୁ ଜଣାଇଦେବେ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବୁବେଳେ ଆପଣ ସେମାନଙ୍କ ବ୍ୟତିତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ହେଲେ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ ।

କନ୍ୟା: ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

ତୁଳା: କାର୍ଯ୍ୟାଳୟ କିମ୍ବା ଘରେ କିଛି ଚିନ୍ତା ଅନୁଭବ ହୋଇପାରେ । ଆପଣଙ୍କର ଆଖପାଖ ଲୋକ ରାଗରେ ରହିପାରନ୍ତି, ଯାହାର ପ୍ରଭାବ ଆପଣଙ୍କର ମୁଡ଼୍‌ ଉପରେ ପଡ଼ି ପରେ ।

ବିଛା: ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ।

ଧନ: ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚିତ୍‌ ।

ମକର: ଆଜି ଆପଣ ନିଜକୁ ଠିକ ଭାବେ ବୁଝି ପାରିବେ । ଆଜି ଆପଣ ନିଜର ବ୍ୟକ୍ତିତ୍ତ୍ୱକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବେ । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ ।

କୁମ୍ଭ: ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଜରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।

ମୀନ: କୌଣସି ନୂଆ କାମ କରିବାରେ ମନ ଦେବେ । ଏହି କାମ ଚେସ ଖେଳ ଠାରୁ ନେଇ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାର ଏବଂ କିଛି ମଜ୍ଜା କରିବାର ଅଟେ।

Get real time updates directly on you device, subscribe now.