fbpx

ଭାରତ ଫେରିଲେ ସିରମର ସିଇଓ ଅଦାର ପୁନାୱାଲା, ଦିଆଯିବ ୱାଇ ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ସିଇଓ ଅଦାର ପୁନାୱାଲା ଲଣ୍ଡନରୁୁ ଭାରତକୁ ଫେରିଆସିଛନ୍ତି । ଆଜି ତାଙ୍କର ବ୍ୟକ୍ତିଗତ ଜେଟ୍ ପୁଣେ ଏୟାରପୋର୍ଟ ଠାରେ ପହଞ୍ଚିଛି । ଟିକାର ଅଭାବକୁ ନେଇ ଧମକ ମିଳିବା ପରେ ସେ ଭାରତ ଛାଡି ଲଣ୍ଡନ ଚାଲିଯାଇଥିଲେ । ଏହାପରଠାରୁ ତାଙ୍କୁ ଅନେକ ପ୍ରକାରର ସିକ୍ୟୁରିଟି ଦିଆଯାଉଛି । ତେବେ ସେ ଭାରତ ଫେରିବାକୁ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ପୁନାୱାଲା ଟୁଇଟ୍ କରି କହିଛନ୍ତି ଯେ, ବ୍ରିଟେନ୍ ରେ ସେ ନିଜର ସମସ୍ତ ଷ୍ଟକହୋଲ୍ଡର ଏବଂ ସହଯୋଗକାରୀଙ୍କ ସହ ଖୁବ୍ ଭଳ ବୈଠକ ହୋଇଥିଲା । ଏଥିସହିତ ପୁନେରେ କୋଭିସିଲ୍ଡର ଉତ୍ପାଦନ ଜୋରସୋରରେ ଜାରି ରହିଛି । ତେଣୁ କିଛି ଦିନ ବ୍ୟବଧାନରେ ଫେରି ସବୁ କାର୍ଯ୍ୟକୁ ସମୀକ୍ଷା କରିବାକୁ ଯାଉଥିବାରୁ ଖୁବ୍ ଉତ୍ସାହିତ ଅଛି ବୋଲି ସେ ଟୁଇଟ୍ କରି କହିଥିଲେ । ତେବେ ଲଣ୍ଡନରୁ ଫେରିବା ପରେ ତାଙ୍କୁ ଭାରତରେ ମଧ୍ୟ ସୁରକ୍ଷା ଦିଆଯିବ । ଭାରତରେ ତାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଦିଆଯାଇଛି ।

 

Get real time updates directly on you device, subscribe now.