fbpx

କଂଗ୍ରେସରେ ସଂକଟ: ଉଠୁଛି ପଡୁଛି ଦଳୀୟ କନ୍ଦଳ

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜସ୍ଥାନ କଂଗ୍ରେସରେ ଉଠିଥିବା ମତଭେଦରେ ଦେଖିବାକୁ ମିଳିପାରେ ଏକ ନୂଆ ମୋଡ଼ । କଂଗ୍ରେସର ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକ ଏକ ନୂତନ ରଣନୀତି ପ୍ରସ୍ତୁତ କରିବାକୁ ଏକ ବୈଠକ ଡାକିଛନ୍ତି । ବିଧାୟକମାନେ କହିଛନ୍ତି ଯେ ୨୦୨୦ରେ ଯେତେବେଳେ ସଚିନ୍ ପାଇଲଟଙ୍କ ବିଦ୍ରୋହ ଯୋଗୁଁ ସରକାର ଭାଙ୍ଗିବାକୁ ଯାଉଥିଲା ସେତେବେଳେ ସେମାନେ ହିଁ ସମର୍ଥନ କରିଥିଲେ । ଆଉ ବର୍ତ୍ତମାନ ସେମାନଙ୍କୁ ଏଥିପାଇଁ ପୁରସ୍କାର ମିଳିବା ଉଚିତ୍ । ମଙ୍ଗଳବାର ସ୍ୱାଧୀନ ବିଧାୟକ ରାମକେଶ ମୀନା ସଚିନ ପାଇଲଟଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କର ବିଦ୍ରୋହ ଯୋଜନା ବିଜେପିର କହିବା ଅନୁସାରେ ହୋଇଥିଲା । ପ୍ରକୃତରେ ସଚିନଙ୍କ ଉପରେ ସ୍ୱାଧୀନ ଏବଂ ବିଏସପିରୁ କଂଗ୍ରେସକୁ ଆସିଥିବା ୬ ବିଧାୟକ ଏହା କହି ଅଭିଯୋଗ ଆଣିଥିଲେ ଯେ ସେମାନେ ହିଁ ଖରାପ ସମୟରେ ସରକାର ଭାଙ୍ଗିବାରୁ ବଞ୍ଚାଇଛନ୍ତି ।

୨୦୧୮ ନିର୍ବାଚନରେ ଜିତିବା ପରେ ମଧ୍ୟ କଂଗ୍ରେସକୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା । ୨୦୦ ସିଟ୍ ଥିବା ବିଧାନସଭାରେ କଂଗ୍ରେସର ୯୯ ଜଣ ବିଧାୟକ ପହଞ୍ଚିଥିଲେ । ଏହାପରେ କଂଗ୍ରେସ ଉପନିର୍ବାଚନ ଜିତିଥିବା ବିଏସପିର ୬ ବିଧାୟକଙ୍କୁ ସାମିଲ କରି ୧୦୭କୁ ପହଞ୍ଚିଥିଲା । ଏହି ସମୟରେ ସରକାର ସ୍ଥିର ହୋଇଥିଲା କିନ୍ତୁ ସଚିନ୍ ପାଇଲଟ ବିଦ୍ରୋହ ଆରମ୍ଭ କରିଦେଇଥିଲେ । ୧୮ ବିଧାୟକଙ୍କ ସହ ସଚିନ ପାଇଲଟ ଦିଲ୍ଲୀ ଆସିଥିଲେ ଏବଂ କ୍ଷମତାକୁ ପୁନଃ ପରିବର୍ତ୍ତନ କରିବାକୁ କଂଗ୍ରେସ ଉପରେ ଚାପ ପକାଉଥିଲେ । ଏପରିକି ତାଙ୍କ ସମର୍ଥନରେ ୨୫ରୁ ୩୦ ବିଧାୟକ ରହିଥିବା ନେଇ ସେ କହିଥିଲେ ।

ଯଦି ୧୮ ବିଧାୟକ କଂଗ୍ରେସ ଛାଡ଼ିଥାନ୍ତେ ତା’ହେଲେ ଗେହଲଟ ସରକାରଙ୍କ ଉପରେ ସଙ୍କଟ ଆସିଥାନ୍ତା । ଏହି ସମୟରେ ୧୩ ସ୍ୱାଧୀନ ବିଧାୟକ ଗେହଲେଟ ସରକାରଙ୍କ ସମର୍ଥନ ଘୋଷଣା କରିଥିଲେ ଆଉ ଏହି ଭଳି ଭାବରେ ସରକାର ବଞ୍ଚିଯାଇଥିଲା । ଏବେ ସେହି ବିଧାୟକମାନେ ସରକାର ବଞ୍ଚାଇଥିବାର ଉପହାର ଚାହୁଛନ୍ତି । ସେପଟେ ପାଇଲଟଙ୍କ ସମର୍ଥକ କହିଛନ୍ତି ଗତ ବର୍ଷ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେବା ଉଚିତ୍ । ଏହି ସମୟରେ ବିଏସପିରୁ କଂଗ୍ରେସକୁ ଆସିଥିବା ୬ ବିଧାୟକ ମଧ୍ୟ ସ୍ୱାଧୀନ ବିଧାୟକଙ୍କ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହିପରି ବିଧାନସଭାର ମୋଟ ବିଧାୟକଙ୍କ ମଧ୍ୟରୁ ୧୦ ପ୍ରତିଶତ ଗେହଲଟଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି । ବିଏସପିରୁ ଆସିଥିବା ବିଧାୟକ ସନ୍ଦୀପ ଯାଦବ ଏବଂ ଯୋଗୀନ୍ଦର ସିଂହ ଆୱାନା ଖୋଲାଖୋଲିଭ ଭାବରେ ଦର୍ଶାଇଛନ୍ତି ଯେ ସେମାନେ ସରକାରରେ ଅଂଶୀଦାର ହେବା ଉଚିତ୍ ।

ସଚିନ୍ ପାଇଲଟ ଅତୀତରେ ଦିଲ୍ଲୀ ଆସିଥିଲେ କିନ୍ତୁ କୌଣସି ବରିଷ୍ଠ ନେତାଙ୍କୁ ଭେଟିନଥିଲେ । କୁହାଯାଉଛି ଅଶୋକ ଗେହଲଟ ଏବଂ ପାଇଲଟଙ୍କ ମଧ୍ୟରେ ଥିବା ପାର୍ଥକ୍ୟର ସମାଧାନର ଦାୟିତ୍ୱ ବର୍ତ୍ତମାନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦିଆଯାଇଛି ।

Get real time updates directly on you device, subscribe now.