fbpx
BSKY SKY
BSKY SKY

ଭଲ ପାଇବା କମେ କାହିଁକି, ବଢ଼ିବ କେମିତି ଜାଣନ୍ତୁ ..

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ସମ୍ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ଟ୍ରେଣ୍ଡ ଖୁବ୍ ଚାଲିଛି । ଏହା ନୂଆ କଥା ନୁହେଁ । ସେହିପରି ସମ୍ପର୍କରେ ଲଭ୍ ସେକ୍ସ ଧୋକା ଭଳି ଅପରାଧିକ ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଯାହାକି ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଉଛି । ତେବେ ଲାଇଫ୍ ପାର୍ଟନର ବା ଜୀବନସାଥୀ ସହ ସମ୍ପର୍କକୁ କିଭଳି ସୁଦୃଢ କରି ହବ ? ଏହା ଏକ ପ୍ରକାରର ଚିନ୍ତାର ବିଷୟ ପାଲଟିଛି । କେବଳ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ନୁହେଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାରେ ଝଗଡା ହେଉଛି । ନୂଆ ନୂଆ ସବୁ ଠିକ୍ ଚାଲିଥାଏ ହେଲେ କିଛି ସମୟ ବିତିବା ପରେ ହଠାତ୍ ଏମିତି ଦୂରତା ଆସିଥାଏ । ଆଗ ପରି ଆଉ ଜୀବନସାଥୀ ପ୍ରତି ଆଗ୍ରହ ଆସି ନଥାଏ । ସମୟକ୍ରମରେ ଦୁହିଁଙ୍କ ଭିତରେ ଥିବା ଭଲ ପାଇବା କମି ଆସିଥାଏ । ତେବେ ପାରସ୍ପାରିକ ବୁଝାମଣା ଓ ପ୍ରୟାସ କରି ସମ୍ପର୍କରୁ ମଜଭୁତ ରଖିଥାଏ । ରିଲେସନଶିପ୍ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ଆସୁଥିଲେ ଦମ୍ପତିମାନେ ପରସ୍ପର ପ୍ରତି ପାଇଁ ପାର୍ଟନର ହିଁ ନେହଁ ବରଂ ଜଣେ ଭଲ ବନ୍ଧୁ ମଧ୍ୟ ହୁଅନ୍ତି । କିନ୍ତୁ ବେଳେ ବେଳେ ଏମିତି ହୁଏ କି ସମ୍ପର୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁଥିବା ବେଳେ ଜଣଙ୍କର ଭଲ ପାଇବା ଧୀରେ ଧୀରେ କମିବା ଆରମ୍ଭ କରେ । ଏହିପରି ପରିସ୍ଥିତିରେ ଆପଣକୁ ଜଣା ପଡିଥାଏ ଯେ ଆପଣଙ୍କ ପାର୍ଟନରଙ୍କ ଭଲ ପାଇବା ଆପଣଙ୍କ ପ୍ରତି କମିଯାଉଛି ।
ସମ୍ମାନ ହରାଇବା :

କୌଣସି ସମ୍ପର୍କର ମୂଳଦୁଆ ସମ୍ମାନ ଉପରେ ନିର୍ଭର କରେ । ଗୋଟେ ସାଥୀ ପାଇଁ ପ୍ରେମ ଏବଂସମ୍ମାନ ଏହି ଦୁଇଟି ଜିନିଷ ଆଗ ହୋଇଥାଏ । ଏପରି ପରିସ୍ଥିତିରେ ଅନେକ ଥର ଏହା ଘଟେ ଯେ ଦମ୍ପତିମାନେ ପରସ୍ପରକୁ ଭଲ ପାଆନ୍ତି କିନ୍ତୁ ସମ୍ମାନ କରନ୍ତି ନାହିଁ । ଯେମିତିକି ସାଥୀର ବୃତ୍ତି , କାମକାର୍ଯ୍ୟ, ଚିନ୍ତାଧାର , କଥାବର୍ତ୍ତା କିମ୍ବା ଅନ୍ୟାନ୍ୟ ଜିନିଷରେ ସମ୍ମାନ ନକରି ସର୍ବଦା ଥଟ୍ଟା କରିବା ପରି । ଯଦି ଏପରି ପରିସ୍ଥିତିରେ ଏହି ଜିନିଷ ଗୁଡିକ ଏମିତି ତୁମର ସମ୍ପର୍କରୁ ମଧ୍ୟ ଆରମ୍ଭ ହୋଇ ସାରିଛି , ତେବେ ବୁଝି ପାରୁଥିବେ ଯେ ତୁମ ସାଥୀଙ୍କ ମନରେ ତୁମ ପ୍ରତି ସମ୍ମାନ ଚାଲି ଯାଉଛି ।
ପରସ୍ପର ସହିତ ସମୟ ବିତାଇବା ପ୍ରତି ବିରକ୍ତ ଅନୁଭବ କରିବା :

ସବୁବେଳେ ସାଥିଙ୍କ ସହିତ ସାକ୍ଷାତ କରିବା ଦ୍ୱାରା ଏହାର ଆଗ୍ରହ ସରି ଯାଇଥାଏ । ଏହା ସର୍ବଦା ହୁଏ ନାହିଁ କିନ୍ତୁ ଏଥିରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଯଦି ଏମିତି ପରିସ୍ଥିତିରେ ଆପଣ ବି ଅନୁଭବ କରୁଛନ୍ତି କି ଆପଣ ଦୀର୍ଘ ସମୟ ପରେ ସାକ୍ଷାତ କରିବା କରନ୍ତୁ ଯଦି ଏହା ପରେ ମଧ୍ୟ ବିରକ୍ତ ଅନୁଭବ କରୁଛନ୍ତି ତେବେ ଆପଣଙ୍କୁ ସମ୍ପର୍କ ବିଷୟରେ ଆଗକୁ ଭାବିବାକୁ ପଡିବ ।
କଥାବର୍ତ୍ତା ବେଳେ ବିରକ୍ତ ହେବା :

ଭଲ ପାଇବାର ପ୍ରଥମେ ପ୍ରଥମେ ଦମ୍ପତିମାନେ ପରସ୍ପର ସହିତ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା ହୁଅନ୍ତି । କିନ୍ତୁ ଏହା ସମୟ ସହିତ ଏହା ମଧ୍ୟ ହ୍ରାସ ହୋଇଥାଏ । ଏହା ସାଧାରଣ କଥା ଅଟେ । କିନ୍ତୁ ଯଦି ଏହା ଆପଣ ଅନୁଭବ କରୁଛନ୍ତି ତାହାଲେ କିଛି ସମୟ ତାଙ୍କୁ ଏକୁଟିଆ ଛାଡ଼ି ଦିଅନ୍ତୁ । ଯଦି ସାଥୀ ଦିନକୁ ଥରେ କଥା ହେଲେ ମଧ୍ୟ ବିରକ୍ତ ଅନୁଭବ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏହା ଚେତାବନୀର ଘଣ୍ଟି ଅଟେ ।
ଆପନଙ୍କ ପ୍ରତି ବ୍ୟବହାର ପରିବର୍ତ୍ତନ ହେବା :

ସମୟ ପରିବର୍ତ୍ତନ ହେବା ସହିତ ସମସ୍ତେ ପରିବର୍ତ୍ତନ ହୁଅନ୍ତି । କିନ୍ତୁ ଯଦି ଆପଣଙ୍କ ସାଥୀଙ୍କର ବ୍ୟବହାରରେ ପରିବର୍ତ୍ତନ ହୋଇଛି କିମ୍ବା ଆପଣଙ୍କ ପାଇଁ ବଦଳି ଯାଇଛି । ତେବେ ଆପଣ ସାଥୀଙ୍କ ସହ ସେହି ବିଷୟରେ କଥା ହେବା ଆବଶ୍ୟକ । ଏହି ପରିବର୍ତ୍ତନ ବ୍ୟବହାରରେ ଏହି ଜିନିଷ ଗୁଡିକ ଥାଏ ଯେପରି ଠିକ୍ ସମୟରେ ଘରକୁ ନଆସିବା , ତୁମଠାରୁ ଦୂରେଇ ଯିବାକୁ ଚେଷ୍ଟା କରିବା, ସାଙ୍ଗମାନଙ୍କ ସହିତ ପାର୍ଟିକୁ ଯିବା ହୋଇପାରେ ।

Get real time updates directly on you device, subscribe now.