fbpx

୯୦ ବର୍ଷ ବୟସରେ ଦାଦି କଲେ ଧମାକା; ରାଜକୁମାରୀ ଥିମରେ ପାଳନ କଲେ ଜନ୍ମଦିନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମସ୍ତେ ଜନ୍ମଦିନରେ ଥିମ୍ ଆଧାରିତ ପାର୍ଟି ରଖୁଛନ୍ତି । ଏହା ସାଧାରଣତଃ ଛୋଟ ପିଲାଙ୍କ ଜନ୍ମ ଦିନ ପାର୍ଟିରେ ଦେଖିବାକୁ ମିଳିଥାଏ । ଏହି ଥିମ୍ରେ ସାଧାରଣତଃ ମ୍ୟାଚିଙ୍ଗ୍ ଡ୍ରେସ୍ ପିନ୍ଧିକି ଆସିବାକୁ ପଡିଥାଏ । କିନ୍ତୁ ଏମିତି ଏକ ଥିମ ପାର୍ଟି ଦେଖିବାକୁ ମିଳିଛି । ଯାହା ଖୁବ୍ ନିଆରା ଢ଼ଙ୍ଗରେ । ତାହା ପୁଣି କୌଣସି ଛୋଟ ପିଲାଙ୍କର ନୁହେଁ ଜଣେ ୯୦ ବର୍ଷିୟା ବୃଦ୍ଧାଙ୍କର ।

ଉତ୍ତର କେରୋଲିନାର ଜଣେ ୯୦ ବର୍ଷିୟା ବୃଦ୍ଧା ମହିଳାଙ୍କ ଜନ୍ମଦିନ ଏକ ନିଆରା ଅନ୍ଦାଜରେ ପାଳନ କରାଯାଇଥିଲା । ଯାହାକି ଆଶ୍ଚର୍ଯ୍ୟ କରାଇଥିଲା । ଏଥିରେ ବୟସ୍କ ଲୋକମାନେ କେବଳ ଜନ୍ମ ଦିନ ପାଳନ କରି ନଥିଲେ ବରଂ ଏଥିରେ ରାଜକୁମାରୀର ଥିମରେ ପାର୍ଟି କରାଯାଇଥିଲା । ତେବେ ଘରର ସମସ୍ତ ବୟସ୍କ ମହିଳାଙ୍କୁ ଜୀ-ମା କହିକି ଡାକନ୍ତି । ଏହି ଜନ୍ମ ଦିନରେ ସେ ରାଜକୁମାରୀ ଭଳି ଗୋଲାପୀ ରଙ୍ଗର ଗାଓନ୍ ପିନ୍ଧି, ମୁଣ୍ଡରେ କ୍ରାଉନ୍ ଲଗାଇ ଥିଲେ । ଏହା ସହ ସେ ବହୁତ ସୁନ୍ଦର ଅନ୍ଦାଜରେ ଫଟୋସୁଟ୍ ମଧ୍ୟ କରାଇôତଲେ ।

ଜି-ମାଙ୍କ ଜନ୍ମଦିନ ଅବସରରେ ପରିବାରର ସଦସ୍ୟମାନେ ଏହା କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିଲେ । ଏଥି ପାଇଁ ଖାସ କେକ୍ ମଧ୍ୟ ମଗାଇଥିଲେ । ବେଲୁନ୍ରେ ପୁରା ସଜାଯାଇଥିଲା । ଏହା ବ୍ୟତୀତ ସେ ଫଟୋସୁଟ୍ ପାଇଁ ଦାଦିଙ୍କର ଏକ ସ୍ୱତନ୍ତ୍ର କଷ୍ଟମ-ଟି-ସାର୍ଟ ମଧ୍ୟ ଅର୍ଡର କରାଇଥିଲେ । ଯେଉଁଥିରେ ଲେକାଯାଇଥିଲା ଏତେ ଖାସ୍ ଦେଖାଯିବା ପାଇଁ ମୋତେ ୯୦ ବର୍ଷ ଲାଗିଗଲା । ଜେଜେମାଙ୍କର ଫଟୋସୁଟ୍ ପାଇଁ ଆଇଡିଆ ତାଙ୍କ ନାତୁଣୀ ଦେଇଥିଲେ । ତାଙ୍କ ନାତୁଣୀ କୁହନ୍ତି କି ମୋ ଜେଜେ ମା ମୋ ପାଇଁ ବହୁତ୍ ଖାସ୍ । ଏହି ଲକ୍ଡାଉନ୍ ହେତୁ ଆମେ ତାଙ୍କୁ ଠିକ୍ ସେ ଦେଖି ପାିଲୁ ନାହିଁ । ମୁଁ ଜାଣିଥିଲି କି ତାଙ୍କର ୯୦ ତମ ଜନ୍ମଦିନ ଆସୁଛି । ଏହି ଅବସରରେ କିଛି ବିଶେଷ କରିବାକୁ ପଡିବ । ସେଥିପାଇଁ ମନରେ ଧାରଣା ଆସିଲା କି ପିଲାଙ୍କର ଜନ୍ମ ଦିନରେ ପ୍ରଥମ ଫଟୋ ସୁଟ୍ କରାଯାଏ । ଏହା ମୁଁ ମୋ ଜେଜେ ମାଆଙ୍କ ପାଇଁ ପ୍ରସ୍ତୁତ କରିଥିଲୁ । ଏହା ଦେଖି ଜେଜେମା ବହୁତ ଖୁସି ଥିଲେ ଓ ସେ ଫଟୋ ସୁଟରେ ପୋଜ ଦେବା ବେଳେ ବହୁତ ଆଗ୍ରହ ଥିଲେ । ପୁର ସମୟ ହସୁଥିଲେ ।
ଏହି ପାର୍ଟିଟି ରେନୋଲଡା ଗାର୍ଡେନରେ ହୋଇଥିଲା । ଯେଉଁଥିରେ ଫଟୋଗ୍ରଫ୍ର ମେଲିସା ଡେନିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ଫଟୋଗ୍ରାଫର କହିଥିଲେ କି ଜି-ମା ବହୁତ ଖୁସିଥିଲେ । ପୁରା ସମୟକୁ ଏନଜୟ କରୁଥିଲେ । ଏହି ସମୟରେ ଆମେ ଖୁବ୍ କଥା ହେଲୁ ନାଚିଲୁ ଓ ମଜା ମଧ୍ୟ କଲୁ । ଏହି ମୁହୁର୍ତ୍ତ ମୋ ପାଇଁ ବହୁତ ସ୍ମରଣୀୟ ଥିଲା ଫଟୋସୁଟ ପ୍ରକ୍ରିୟା ବନ୍ଦ ହୋଇନଥିଲା । ଏହାର ପରଦିନ ମଧ୍ୟ ଏକ ପାର୍ଟି ହୋଇଥିଲା ଯେଉଁଥିରେ ଜେଜେମାଙ୍କର ଘନିଷ୍ଠ ବନ୍ଧୁମାନେ ଆସିôତଲେ ଶୁଭେଚ୍ଚା ମଧ୍ୟ ଜଣାଇଥିଲୋ ।

Get real time updates directly on you device, subscribe now.