fbpx
BSKY SKY
BSKY SKY

‘ଫକୀରମୋହନ: ନବ ଜାଗୃତି ପୁରୁଷ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

BSKY

ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀର ମିଳିତ ସହଯୋଗରେ “ଫକୀରମୋହନ: ନବ ଜାଗୃତି ପୁରୁଷ’ ଶୀର୍ଷକ ଏକ ଆଲୋଚନାଚକ୍ର ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେଇଯାଇଛି । ଶାନ୍ତି ନିକେତନର ଓଡ଼ିଆ ବିଭାଗର ଅଧ୍ୟାପକ ତଥା ଫକୀରମୋହନ ଫାଉଣ୍ଡେସନ ଓଡ଼ିଶା ଶାଖାର ମହାସଚିବ ଡ. ରବୀନ୍ଦ୍ର କୁମାର ଦାସ ଅତିଥି ପରିଚୟ ପ୍ରଦାନ ସହିତ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଞ୍ଚାଳନ କରିଥିଲେ । ଓଡ଼ିଶାରେ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ କିଭଳି କାନ୍ତିଚନ୍ଦ୍ର ଭଟ୍ଟାଚାର୍ୟ୍ୟଙ୍କ ଠାରୁ ଏ ପର୍ୟ୍ୟନ୍ତ ସ୍ବତନ୍ତ୍ର ଭାବେ ଓଡ଼ିଆ ବିଷୟରେ ତାଲିମ ପାଇ ନଥିବା ଖେଳ ଶିକ୍ଷକ, ଇଂରାଜୀ ଶିକ୍ଷକ, କିରାଣୀ ଆଦି ମାତୃଭାଷା ଓଡ଼ିଆ ପଢାନ୍ତି, ତାହା ଆଲୋଚିତ ହୋଇଥିଲା ।
ଫକୀରମୋହନଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ । ଏଥିରେ ଉଦ୍ଘାଟକ ଭାବେ ମାନନୀୟ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଯୋଗ ଦେଇ ଫକୀରମୋହନ ସେନାପତିଙ୍କ ବହୁବିଧ ବ୍ୟକ୍ତିତ୍ୱ ସଂପର୍କରେ ଆଲୋକପାତ କରିଥିଲେ ।

ଫକୀରମୋହନ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଡ. ମନିକା ଦାସ, କିସ୍ ବିଶ୍ବବିଦ୍ୟାଳୟର ଗୋପବନ୍ଧୁ ଚେୟାର ପ୍ରଫେସର ଡ. ବିଜୟାନନ୍ଦ ସିଂହ, ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ପ୍ରଫେସର ଦାସ ବେନହୁର, ଭାରତ ସରକାରଙ୍କ ପୂର୍ବତନ ସ୍ବାସ୍ଥ୍ୟ ସଚିବ ତଥା କଥାକାର ଶ୍ରୀ ପ୍ରସନ୍ନ କୁମାର ହୋତା, କାନ୍ସା କେନ୍ଦ୍ର କାନାଡ଼ାର ମହା ନିର୍ଦ୍ଦେଶିକା ଡ. ସୁନନ୍ଦା ମିଶ୍ର ପଣ୍ଡା, ଲରେନ୍ସିଆନ୍ ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ନିରଞ୍ଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ମତ ରଖିଥିଲେ ।
ପରିଶେଷରେ ଅନ୍ତିମ ନିଷ୍କର୍ଷ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ କାନ୍ସାର ଉପଦେଷ୍ଟା ପ୍ରଫେସର ଡ. ତନ୍ମୟ ପଣ୍ଡା । ଏହି କାର୍ଯ୍ୟକ୍ରମରେ ଦୁବାଇ, ଟେକ୍ସାସ, ଆମେରିକା, ଦିଲ୍ଲୀ, କାନାଡ଼ା ପ୍ରଭୃତି ପୃଥିବୀର ବିଭିନ୍ନ ସହରରୁ ଅନେକ ଦର୍ଶକ ଯୋଗ ଦେଇଥିଲେ ।

Get real time updates directly on you device, subscribe now.