fbpx
BSKY SKY
BSKY SKY

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ; ହାରିଗଲେ ଆସ୍ଥା ଭୋଟ

BSKY

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଆସ୍ଥା ଭୋଟରେ ହାରିବାର ଏକ ସପ୍ତାହ ପରେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ସ୍ୱିଡେନର ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନ୍ । ସୋମବାର ଷ୍ଟିଫେନ୍ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଏହା ସହିତ ପରବର୍ତ୍ତୀ ନେତା ଚୟନର ନିଷ୍ପତ୍ତି ସେ ବାଚସ୍ପତିଙ୍କ ଉପରେ ଛାଡିଛନ୍ତି । ଗତ ସପ୍ତାହରେ ଆସ୍ଥା ଭୋଟରେ ହାରିବା ପରେ ଷ୍ଟିଫାନଙ୍କ ନିକଟରେ ଦୁଇଟି ରାସ୍ତା ରହିଥିଲା । ପ୍ରଥମତଃ ନ୍ଖକ୍ସ ପଦରୁ ଓହରିବେ ନଚେତ ଆଉଥରେ ନିର୍ବାଚନ ଘୋଷଣା କରିବେ ।

ତେବେ କରୋନାର ଭୟାବହତା କାରଣରୁ ଦେଶରେ ପୁନର୍ବାର ନିର୍ବାଚନ କରିବା ପରିବର୍ତ୍ତେ ସେ ନିଜ ପଦବୀରୁ ଓହରିଷ୍ର ବିକଳ୍ପକୁ ଚୟନ କଲେ ବୋଲି ଲୋଫଭେନ୍ ପ୍ରକାଶ କରିଛନ୍ତି । ଆଉ ଏକ ବର୍ଷ ପରେ ସ୍ୱିଡେନର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବତନ ଶ୍ରମିକ ନେତା ଲୋଫଭେନ୍ ୨୦୧୪ରେ ପ୍ରଥମ ଥର କ୍ଷମତାକୁ ଆସିଥିବା ବେଳେ ୨୦୧୮ରେ ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିଲେ । ତେବେ ବାଚସ୍ପତିଙ୍କ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଲୋଫଭେନ୍ କ୍ଷମତାରେ ରହିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.