fbpx

ବାୟୋ-ବବଲ ଉଲ୍ଲଂଘନ ମାମଲା: ୩ ଖେଳାଳିଙ୍କୁ ସସ୍‌ପେଣ୍ଡ କଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ଲଣ୍ଡନ (ଓଡ଼ିଶା ଭାସ୍କର) ଇଂଲଣ୍ଡ ବିକ୍ଷ ସୀମିତ ଓଭର କ୍ରିକେଟ ସିରିଜ ଖେଳିବା ପାଇଁ ଯାଇଥିବା ଶ୍ରୀଲଙ୍କା ଦଳର ନିରୋଶାନ ଦିକୱେଲ୍ଲା ଓ କୁଶଲ ମେଣ୍ଡିସ୍‌ ଓ ଧନୁଷ୍କା ଗୁଣତିଳକ ବାୟୋ- ବବଲ୍‌ ନିୟମ ଉଲ୍ଲଘଂନ କରିଥିବା ନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସମସ୍ତଙ୍କୁ ସସ୍‌ପେଣ୍ଡ କରିଛନ୍ତି । ରବିବାର ଦିନ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ସରିବା ପରେ ଏହି ଦୁଇ ଖେଳାଳି ଡରହାମର ଷ୍ଟ୍ରିଟ୍ସରେ ବୁଲୁଥିବାର ଭିଡିଓ ଭାଇରାଲ ହୋଇଥିବାବେଳେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମୁଖ୍ୟ ଶାମସି ସିଲଭା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଟି-୨୦ ସିରିଜରେ ଶ୍ରୀଲଙ୍କା ୦-୩ରେ ହାର୍‌ ମାନିଛି।

 

ସୂଚନା ମୁତାବିକ, କରୋନା କାଳରେ ବାୟୋବବଲ୍ ନିୟମକୁ ଭାଙ୍ଗି ଏହି ଦୁଇ ଖେଳାଳୀ ରାତି ଅଧରେ କୌଣସି ନିଶାଦ୍ରବ୍ୟ  ହାତରେ ଧରିଥିବାର ଦେଖିବାକୁ ମିଳୁଛି। ଭିଡିଓରେ କୁଶଲ ମେଣ୍ଡିସ୍ ହାତରେ କୌଣସି ନିଶା ଦ୍ରବ୍ୟ ଧରିଛନ୍ତି ଓ ପାଖରେ ଅଛନ୍ତି ମେଣ୍ଡିସ୍। ହାତରେ ଧରିଥିବା କିଛି ଜିନିଷକୁ ମେଣ୍ଡିସ୍ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆ  ୟୁଜରମାନେ କଡା ଶବ୍ଦରେ ସମାଲୋଚନା କରିଛନ୍ତି।

Get real time updates directly on you device, subscribe now.