fbpx

ଅଗଷ୍ଟରେ ଟ୍ରମ୍ପ ପୁଣି ହେବେ ରାଷ୍ଟ୍ରପତି! ବଢ଼ିଲା ଆମେରିକାର ଚିନ୍ତା

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଆମେରିକାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ୍ ବିଜୟୀ ହୋଇ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇଥିଲେ । ମାତ୍ର ବର୍ତ୍ତମାନ ରିପବ୍ଲିକ ପାର୍ଟିର ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବା ନେଇ ଚର୍ଚ୍ଚା ଜାରି ରହିଛି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ରିପୋର୍ଟ ମୁତାବକ, ରାଷ୍ଟ୍ରପତି ନିର୍ବାଚନରେ ପରାଜନବରଣ କରିବା ପରେ ଟ୍ରମ୍ପ ନିଜର ଓକିଲଙ୍କୁ ନେଇ ମକଦ୍ଦମା ଚଳାଇ ଆସୁଛନ୍ତି । ଭୋଟିଂ ମେସିନରେ ଜାଲିଆତି ଓ ଭେନେଜୁଏଲାରେ କମ୍ୟୁନିଷ୍ଟ ନେତାଙ୍କ ଷଡ଼ଯନ୍ତ୍ର ଯୋଗୁଁ ସେ ହାରିଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି । ଆସନ୍ତା ଅଗଷ୍ଟ ମାସରେ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ହେବା ନେଇ ଦାବି କରୁଥିବା ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି । ମାତ୍ର ଟ୍ରମ୍ପ ଏହା କହିବା ପଛର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ ଜଣାପଡ଼ିନାହିଁ । ତେବେ ହିଂସା ଓ ଚରମପନ୍ଥୀ ବିଚାରଧାରାର ଲୋକମାନେ ମିଳିତ ହୋଇ ଏପରି ଘୃଣିତ ଓ ମିଥ୍ୟା ପ୍ରଚାର କରୁଥିବାରୁ ଗୃହ ସୁରକ୍ଷା ବିଭାଗ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି । ଏହି ମିଥ୍ୟା ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପ୍ରଚାର କରାଯାଉଥିବାରୁ ତାହାକୁ ରୋକିବା ନେଇ ପ୍ରୟାସ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.