fbpx

ଜୁଲାଇ ମଧ୍ୟଭାଗ ସୁଦ୍ଧା କମିବ କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଗର୍ଭବତୀମାନେ ଟିକା ଲଗାଇପାରିବେ ବୋଲି କୁହାଯିବା ସହ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହାରି ମଧ୍ୟରେ କୋଭିଡ ମୁକାବିଲା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ଦିଆଯିବ ବୋଲି ସେ କହିଛନ୍ତି ।

ଏହା ସହ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ସଂକ୍ରମଣ କମାଇବାକୁ ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ୧୦ ଜିଲ୍ଲାରେ ସଂକ୍ରମଣ ହାର ୫%ରୁ ଅଧିକ ରହିଛି । ୩ ଜିଲ୍ଲା ବି କ୍ୟାଟେଗୋରିରୁ ଏ କ୍ୟାଟେଗୋରିକୁ ଯିବା ଖୁସିର କଥା । ନିୟମ ମାନିଲେ ଜୁଲାଇ ମଧ୍ୟଭାଗ ସୁଦ୍ଧା ରାଜ୍ୟରେ ସଂକ୍ରମଣ କମିଯିବ । ଏବେ ୫୦୦ ରୋଗୀ ଭେଣ୍ଟିଲେଟର ଓ ୨ ହଜାର ଜଣ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା ବି ଧୀରେ ଧୀରେ କମିବାର ଆଶା ରହିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.