fbpx

‘ଟାଟା ପାୱାର’ର ଦାଦାଗିରି, ବୃଦ୍ଧାଙ୍କୁ ମାଡ଼ ମାରିଲେ କର୍ମଚାରୀ

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲା ଜେଲ୍ ରୋଡରେ ଜଣେ ବୃଦ୍ଧାଙ୍କ ଉପରକୁ ହାତ ଉଠାଇଲେ ଟାଟା ପାୱାରର କର୍ମଚାରୀ । ବିଦ୍ୟୁତ ବିଭାଗ କର୍ମଚାରୀ ଜଣେ ବୃଦ୍ଧାଙ୍କୁ ମାଡ଼ ମାରିବା ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଆକ୍ରମଣ ଶୀକାର ହୋଇଛନ୍ତି ବୃଦ୍ଧା ପାର୍ବତୀ ଦାସ ।

ସୂଚନା ଅନୁସାରେ, ବିଦ୍ୟୁତ୍ କନେକ୍ସନରୁ ନାମ ପରିବର୍ତ୍ତନ କରିବା ପାଇଁ ବିଦ୍ୟୁତ୍ କର୍ମଚାରୀ ମାଗିଲେ ଲକ୍ଷାଧିକ ଟଙ୍କା ଲାଞ୍ଚ । ତେବେ ଏତେ ଟଙ୍କା ଦେବାକୁ ସକ୍ଷମ ହୋଇପାରିଲେନି ବୃଦ୍ଧା ପାର୍ବତୀ ଦାସ । ଏଥିରେ ଅରାଜି ହେବାରୁ ଉତ୍ତ୍ୟକ୍ତ ହୋଇପଡ଼ିଲେ ବିଦ୍ୟୁତ୍ କର୍ମଚାରୀ । ଏପରିକି ଜେଇ, ଏସଡିଓଙ୍କ ଉପସ୍ଥିତିରେ ବୃଦ୍ଧାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହାତ ଉଠେଇଥିଲେ କର୍ମଚାରୀ । ଖାଲି ଏତିକି ନୁହେଁ, ଏହି ସବୁ ଘଟଣାକୁ ଏଏଇଙ୍କ ପୁଅ ମୋବାଇଲରେ ରେକଡିଂ କରୁଥିବାବେଳେ ତାଙ୍କୁ ମଧ୍ୟ ହାତ ଉଠେଇଥିଲେ କର୍ମଚାରୀ ।

ଅଭିଯୋଗ ଅନୁସାରେ କନେକ୍ସନରୁ ନାଁ ବଦଳେଇବା ପାଇଁ ୧ଲକ୍ଷ ୨୦ ହଜାର ଡିମାଣ୍ଡ କଲେ ବିଦ୍ୟୁତ୍ କର୍ମଚାରୀ । ବୃଦ୍ଧା ଜଣଙ୍କ ଏଥିରେ ମନା କରିବାରୁ ୧ ଲକ୍ଷ ୬୧ ହଜାର ବିଲ ପକେଇ ଲାଇନ କାଟିଦେଲେ । ତେବେ ଏନେଇ ଥାନାରେ ମାମଲା ରୁଜୁ ହୋଇଛି ଓ ପୋଲିସ୍ ତନାଘନା ଚଳାଇଛି ।

Get real time updates directly on you device, subscribe now.