fbpx

ମାଦ୍ରାସ ଆଇଆଇଟି କ୍ୟାମ୍ପସରୁ ମିଳିଲା ଅଧ୍ୟାପକ ଜଳନ୍ତା ମୃତଦେହ, ୧୧ ପୃଷ୍ଠାର ସୁଇସାଇଡ୍ ନୋଟ୍ ଜବତ

ଚେନ୍ନାଇ : ଭାରତୀୟ ପ୍ରଦୌଗିକି ସଂସ୍ଥାନ(ଆଇଆଇଟି) ମାଦ୍ରାସ ଘଟିଛି ଅଘଟଣ। ଗୁରୁବାର କ୍ୟାମ୍ପସ ପରିସରରୁ ଏକ ଅର୍ଦ୍ଧଦଗ୍ଧ ଅଧ୍ୟାପକଙ୍କ ମୃତଦେହ ମିଳିଛି। ହକି ପଡିଆ ନିକଟରେ ମୃତଦେହ ଦେଖିବା ପରେ ଅନୁଷ୍ଠାନର କ୍ରୀଡ଼ା ଅଧିକାରୀ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି। ଏହି ଘଟଣା କ୍ୟାମ୍ପସ ପରିସରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମୃତକ ଅଧ୍ୟାପକଙ୍କ ନାମ ଉନ୍ନିକ୍ରିଷ୍ଣା ନାୟର୯୩୦)। ସେ ୨୦୨୧ ଏପ୍ରିଲରେ ବି.ଟେକ୍ ପୂରା କରିବା ପରେ ଆଇଆଇଟି ମାଦ୍ରାସରେ ପ୍ରୋଜେକ୍ଟ ସହାୟକ ଓ ଅତିଥି ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ସେ ଗୁରୁବାର ସକାଳେ କେରଳରୁ କ୍ୟାମ୍ପସ ଫେରିଥିଲେ। ହେଲେ ହକି ପଡିଆରେ ଅଭ୍ୟାସ୍ ସମୟରେ ତାଙ୍କ ମୃତ ଶରୀର ପଡିଥିବା କିଛି ଛାତ୍ର ଦେଖିବାକୁ ପାଇଥିଲେ।

କଟ୍ଟୁପୁରମ ପୋଲିସ ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ରୟାପେଠ ସରକାରୀ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଉନ୍ନିକ୍ରିଷ୍ଣାଙ୍କ ବାପା ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର କର୍ମଚାରୀ। ମୃତକ ଚେନ୍ନାଇର ଭେଲାଚେରୀ ଅଞ୍ଚଳରେ ଦୁଇ ଜଣ ସାଙ୍ଗଙ୍କ ସହ ରହୁଥିଲେ। ପୋଲିସ ଅନୁଯାୟୀ, ମୃତକଙ୍କ ରୁମରୁ ୧୧ ପୃଷ୍ଠାର ସୁଇସାଇଡ୍ ନୋଟ୍ ମିଳିଛି। ଭାରତୀୟ ଦଣ୍ଡ ବିଧାନ ଧାରା ୧୭୪ ଆଧାରରେ ମାମଲା ରୁଜୁ କରାଯାଇଛି। କେଉଁ କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜକୁ ଜାଳି ଆତ୍ମହତ୍ୟା କରିଛନ୍ତି, ପୋଲିସ ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.