fbpx

୨୮ତମ ଜନ୍ମଦିବସରେ ନିଜ ସ୍ତ୍ରୀକୁ ପୁଣି ବିବାହ କରିବେ ‘ମ୍ରିତକ’

ନୂଆଦିଲ୍ଲୀ: ନିଜକୁ ଜୀବିତ ବୋଲି ପ୍ରମାଣିତ କରିବା ପାଇଁ ସରକାରଙ୍କ ସହିତ ୧୮ ବର୍ଷ ଲଢେଇ କରିଥିବା ଲାଲ ବିହାରୀ ମ୍ରିତକ ପୁନର୍ବାର ଚର୍ଚ୍ଚାରେ ରହିଛନ୍ତି । ଲାଲ ବିହାରୀ ଦ୍ୱିତୀୟ ଥର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସରକାରୀ ରେକର୍ଡରେ ପୁନର୍ଜୀବିତ ହେବା ପରେ ମ୍ରିତକ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ତେବେ ନିଜ ପତ୍ନୀ କର୍ମୀ ଦେବୀଙ୍କୁ ହିଁ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ଲାଲ ବିହାରୀ ।

୨୦୨୨ରେ ଏହି ଦମ୍ପତି ପୁନର୍ବାର ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଲାଲବିହାରୀଙ୍କୁ ୬୬ ଏବଂ କର୍ମୀ ଦେବୀଙ୍କୁ ୫୫ ବର୍ଷ ହୋଇଛି । ଲାଲବିହାରୀଙ୍କ କହିବା ଅନୁସାରେ ସରକାରୀ ରେକର୍ଡରେ ପୁନର୍ଜୀବିତ ହେବାରେ ତାଙ୍କୁ ୨୮ ବର୍ଷ ପୁରିଥିବାରୁ ସେ ଆଉଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲାଲବିହାରୀଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ରହିଥିବା ବେଳେ ସମସ୍ତେ ବିବାହ କରି ସାରିଛନ୍ତି ।

ଆଜମଗଡ ଜିଲ୍ଲାର ବାସିନ୍ଦା ଲାଲ ବିହାରୀଙ୍କୁ୧୯୭୫ରେ ସରକାରୀ କାଗଜପତ୍ରରେ ମୃତ ଘୋଷିତ କରାଯାଇଥିଲା । ଏହାପରେ ଦୀର୍ଘ ୧୮ ବର୍ଷ ଧରି ସରକାରଙ୍କ ବିପକ୍ଷରେ ଲଢେଇ ଜାରି ରଖିଥିଲେ ଲାଲବିହାରୀ । ଏପରିକି ନିଜ ନାମ ପଛରେ ମ୍ରିତକ ଲଗାଇବା ସହିତ ମ୍ରିତକ ସଙ୍ଗଠନ ମଧ୍ୟ ଗଠନ କରିଥିଲେ । ନିକଟରେ ଫିଲ୍ମମେକର ସତୀଶ କୌଶିକ ଏହି କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିଥିଲେ । ପଙ୍କଜ ତ୍ରିପାଠୀ ଏହି ଫିଲ୍ମରେ ଲାଲ ବିହାରୀଙ୍କ ଚରିତ୍ରରେ ନଜର ଆସିଥିଲେ ।

Get real time updates directly on you device, subscribe now.