fbpx

SP ପାହ୍ୟାକୁ ଉନ୍ନୀତ ହେଲେ ୫ ASP; ଜାଣନ୍ତୁ କେତେ ବଢିବ ଦରମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମଙ୍ଗଳବାର ୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ଏସପି ପାହ୍ୟାକୁ ଉନ୍ନୀତ କରାଯାଇଛି । ୫ ଅଧିକାରୀ ରବିନାରାୟଣ ବେହେରା, ଦୁର୍ଗା ପ୍ରସାଦ ତ୍ରିପାଠୀ, ଜ୍ଞାନ ରଞ୍ଜନ ମହାନ୍ତି, ଚିନ୍ନାପା ହୃଦୟାନନ୍ଦ ଏବଂ କୃତିବାସ ଜେନାଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ମିଳିଛି ।

ରାଜ୍ୟ ମୁଖ୍ୟାଳୟରେ ଏଆଇଜି ଭାବେ ରହିଥିବା ରବିନାରାୟଣ ବେହେରାଙ୍କୁ କଟକ ପୋଲିସ ସିଗ୍ନାଲକୁ ଏସପି ଭାବରେ ପଦୋନ୍ନତି ମିଳିଛି । ତେବେ ଅତିରିକ୍ତ ଭାବରେ ରବିନାରାୟଣ ଏହି ଦାୟିତ୍ୱ ସମ୍ଭାଳିବେ । ପୂର୍ବରୁ କଟକ ଏସଆରପି ଭାବରେ ଅତିରିକ୍ତ ଦାୟିତ୍ୱରେ ଥିବା ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କୁ ଏସଆରପି କଟକ ଭାବରେ ପଦୋନ୍ନତି ମିଳିଛି । ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ବୌଦ୍ଧର ଏସପି ଭାବରେ ପଦୋନ୍ନତି ମିଳିଛି । ଚିନ୍ନାପା ହୃଦୟାନନ୍ଦଙ୍କୁ ଏଆଇଜି ମେରିନ୍ ଏବଂ ଉପକୂଳ ସୁରକ୍ଷା ବିଭାଗର ଏସପି ଭାବରେ ଦାୟିତ୍ୱ ମିଳିଛି । କୃତିବାସ ଜେନାଙ୍କୁ ଭିଜିଲାନ୍ସ ଏସପି ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏହି ୫ ଅଧିକାରୀଙ୍କ ବେତନ ୭୮୮୦୦ରୁ ୨,୦୯୨୦୦ ମଧ୍ୟରେ ରହିବ । ଓଆରଏସପି ନିୟମ ୨୦୧୭ ଅନୁଯାୟୀ କାର୍ଯ୍ୟରେ ଯୋଗ ଦେବାର ଏକ ବର୍ଷ ମଧ୍ୟରେ ଏହି ବେତନ ଆଡ ହକ୍ ବେସିସରେ ପ୍ରଦାନ କରାଯିବ ।

Get real time updates directly on you device, subscribe now.