fbpx

ଅସାମାନ୍ୟ ତାପମାତ୍ରା କାରଣରୁ ଦେଶରେ ପ୍ରତିବର୍ଷ ହେଉଛି ୭ ଲକ୍ଷରୁ ଅଧିକ ମୃତ୍ୟୁ, ଥଣ୍ଡାରେ ଯାଇଛି ଅଧିକ ପ୍ରାଣ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ପାଖାପାଖି ୭ଲକ୍ଷ ୪୦ ହଜାର ଲୋକ ଜଳବାୟୁ ପରିବର୍ତ୍ତନର ଅସାମାନ୍ୟ ତାପମାତ୍ରା କାରଣରୁ ପ୍ରାଣ ହରାନ୍ତି । ଲାନସେଣ୍ଟ ପ୍ଲାନେଟେରୀ ହେଲଥ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏନେଇ କୁହାଯାଇଛି । ଅଷ୍ଟ୍ରେଲିୟାର ମନୋଶା ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନକାରୀ ଦଳ ମିଶି କରିଥିବା ଅଧ୍ୟୟନରେ କହିଛନ୍ତି ଯେ, ଦୁନିଆର ପାଖାପାଖି ୫୦ ଲକ୍ଷରୁ ଅଧିକ ଲୋକ ଜଳବାୟୁ ପରିବର୍ତ୍ତନରେ ତାପମାତ୍ରା ଅଧିକ ହେବା କାରଣରୁ ମୃତ୍ୟୁବରଣ କରନ୍ତି ।

ବୁଧବାର ପ୍ରକାଶ ପାଇଥିବା ଅଧ୍ୟୟନ ଅନୁସାରେ, ୨୦୦୦ରୁ ୨୦୧୯ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ତାପମାତ୍ରା କାରଣରୁ ମୃତ୍ୟୁ ମାମଲା ବଢ଼ୁଛି । ତେବେ ଏଥିରୁ ଜଣାପଡ଼ୁଛି ଯେ, ଜଳବାୟୁରେ ଯେଉଁ ଭଳି ଭାବେ ପରିବର୍ତ୍ତନ ହେଉଛି ତାକୁ ନଜରରେ ରଖିଲେ ଭବିଷ୍ୟତରେ ମୃତ୍ୟୁୁ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି । ରିସର୍ଚ୍ଚ ଅନୁସାରେ, ଭାରତରେ ଅଧିକ ମାତ୍ରାରେ ଅସାମାନ୍ୟ ଥଣ୍ଡା କାରଣରୁ ପ୍ରତିବର୍ଷ ମୃତ୍ୟୁ ମାମଲା ସର୍ବାଧିକ ୬ ଲକ୍ଷ ୫୫ ହଜାର ୪୦୦ ରହୁଛି । ସେହିପରି ଗରମ କାରଣରୁ ମୃତ୍ୟୁ ମାମଲା ପାଖାପାଖି ୮୩ ହଜାର ୭୦୦ ରହୁଛି ।

ଟିମ୍ ପକ୍ଷରୁ ୨୦୦୦ ରୁ ୨୦୧୯ ମଧ୍ୟରେ ଅଧ୍ୟୟନ କରିଥିଲେ ଆଉ ଦେଖିବାକୁ ପାଇଥିଲେ ଯେ, ପ୍ରତିବର୍ଷ ତାପମାତ୍ରା ୦.୨୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟୁଛି । ତେବେ ଏଭଳି ପରିସ୍ଥିତିରେ ପ୍ରତିବର୍ଷ ମୃତ୍ୟୁ ମାମଲାରେ ବୃଦ୍ଧି ହେଉଛି । ଏଥିସହିତ ଭବିଷ୍ୟତରେ ବି ଏହା ଜାରି ରହିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଅନ୍ୟପଟେ ଥଣ୍ଡା ଜନିତ ମୃତ୍ୟୁକୁ ରୋକିହେବ । ବର୍ତ୍ତମାନର ଅଧ୍ୟୟନ ଅନୁସାରେ, ୨୦୦୦ରୁ ୨୦୧୯ ମଧ୍ୟରେ ଥଣ୍ଡା ଜନିତ ମୃତ୍ୟୁ ମାମଲା ୦.୫୧ ହ୍ରାସ ପାଇଛି ।

Get real time updates directly on you device, subscribe now.