fbpx

ଆଧାରକାର୍ଡଧାରୀଙ୍କୁ UIDAIର ଚେତାବନୀ, ଯଦି କରିନାହାନ୍ତି ଏହି କାମ ତେବେ ଫସିବେ

ନୂଆଦିଲ୍ଲୀ: ଆଜିକା ସମୟରେ ଆଧାର କାର୍ଡ ବିନା କୌଣସି କାମ କରିବା ଏକ ପ୍ରକାର ଅସମ୍ଭବ ହୋଇଗଲାଣି । ପ୍ରାୟତଃ ସବୁ ପ୍ରକାରର ଅଫିସିଆଲ୍ କାର୍ଯ୍ୟ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଛି । ପିଲାଙ୍କ ଆଡମିଶନ୍ ଠାରୁ ଆରମ୍ଭ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଛି । ଏହି କାରଣରୁ ଆପଣ ମାନେ ଆଧାର ସହ ଜଡ଼ିତ ସବୁ ପ୍ରକାରର ତଥ୍ୟ ଉପରେ ଅବଗତ ରହିବା ଆବଶ୍ୟକ । ଯଦି ସବୁ ତଥ୍ୟ ଠିକ୍ ଥାଇ ଆଧାର ନମ୍ବର ଭୁଲ୍ ଥିବ ତେବେ କଣ ହେବ ? ଏପରି କହିବାର କାରଣ ହେଲା ଆଜି କାଲି ଅନେକ ଜାଗାରେ ଫେକ୍ ଆଧାର କାର୍ଡ଼ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିଗଲାଣି । ଏହାକୁ ନଜରରେ ରଖି UIDAI ଲୋକଙ୍କୁ ଚେତାବନୀ ଦେଇଛି । ତେବେ ଚାଲନ୍ତୁ ଜାଣିବା କଣ ପୂରା ମାମଲା ।

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଗୁରୁବାର ଚେତାବନୀ ଦେଇଛି ଯେ ସମସ୍ତ ୧୨ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଆଧାର ଭାବରେ ବିବେଚନା କରାଯିବା ଉଚିତ ନୁହେଁ। UIDAI ଅନୁଯାୟୀ, ଆଧାରକୁ ଆଇଡି ପ୍ରୁଫ୍ ଭାବରେ ଗ୍ରହଣ କରାଯାଉଥିବା ବେଳେ ଏହାର ଯାଞ୍ଚ ଆବଶ୍ୟକ ।

UIDAI ଟ୍ୱିଟରରେ ଏନେଇ ସତର୍କ ସୂଚନା ଜାରି କରିଛି। ଏଥିରେ ଲେଖାଯାଇଛି ଯେ ସମସ୍ତ ୧୨ ଟି ଡିଜିଟାଲ ନମ୍ବର ଆଧାର ନୁହେଁ । ଏହି କାରଣରୁ, UIDAI ପରାମର୍ଶ ଦେଇଛି ଯେ ଏହାକୁ ପରିଚୟ ପତ୍ର ଭାବରେ ଗ୍ରହଣ କରିବା ପୂର୍ବରୁ ଆଧାର ଯାଞ୍ଚ କରାଯିବା ଉଚିତ୍ । ଏପରି ପରିସ୍ଥିତିରେ, ଯଦି ଆପଣ ଏପରି କୌଣସି କାର୍ୟ୍ୟ କରନ୍ତି ଯେଉଁଥିରେ ଆପଣଙ୍କୁ କାହାର ଆଧାର କାର୍ଡର ଆବଶ୍ୟକତା ରହିଛି ତେବେ ଦିଆଯାଇଥିବା ଆଧାର ନମ୍ବର ଠିକ ଅଛି କି ନାହିଁ ତାହା ନିଶ୍ଚିତ ଭାବରେ ଯାଞ୍ଚ କରନ୍ତୁ । ଆଧାର ନମ୍ବର ଯାଞ୍ଚ କରିବାକୁ UIDAI ପକ୍ଷରୁ ଉପାୟ କୁହାଯାଇଛି ।

ଏପରି କରନ୍ତୁ ଯାଞ୍ଚ

୧. ପ୍ରଥମେ UIDAI ଦ୍ୱାରା ଦିଆଯାଇଥିବା ଲିଙ୍କ resident.uidai.gov.in/verify କୁ ଯାଆନ୍ତୁ ।
୨. ଏଠାକୁ ଯିବା ପରେ ନିଜର ଆଧାରରେ ଥିବା ୧୨ ଅଙ୍କ ବିଶିଷ୍ଟ ନମ୍ବରକୁ ଦିଅନ୍ତୁ । ଏହାପରେ କ୍ୟାପଚା ଭରନ୍ତୁ ଓ ଯାଞ୍ଚ ଅପସନ୍ କୁ କ୍ଲିକ୍ କରନ୍ତୁ ।
୩. ଏପରି କରିବା ଦ୍ୱାରା ଆପଣଙ୍କୁ ଜଣାପଡ଼ିଯିବ ଯେ, ଆଧାର ନମ୍ବର ଠିକ୍ ଅଛି କି ନାହିଁ ।

Get real time updates directly on you device, subscribe now.