fbpx

କମଫର୍ଟ ହୋଟେଲ୍  ରେ ଚାଲିଥିଲା ସେକ୍ସ ରାକେଟ, କାବୁ କଲା ପୋଲିସ୍

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲାର କମଫର୍ଟ ହୋଟେଲ । ନାଁ ଯେମିତି କାମ ବି ସେମିତି । ପୂରା କମଫର୍ଟରେ ଚାଲିଥିଲା ଦେହ କାରବାର । ସହରରେ ଲାଗିଥିଲା କଡ଼ା କଟକଣା ଆଉ ସେହି ନାଇଟ୍ କର୍ଫ୍ୟୁର ସୁଯୋଗରେ ମାତିଥିଲେ ଦେହ ଦଲାଲ, ଗରାଖ ଓ କେତେକ ଲଳନା । ତେବେ ରାଉରକେଲା ସହରର କଚେରୀରୋଡ ସ୍ଥିତ କମଫର୍ଟ ହୋଟେଲ ଚାଲିଥିଲା ଏହି ହାଇ ପ୍ରୋଫାଇଲ ସେକ୍ସ ରାକେଟକୁ ଧରିନେଇଥିଲା ପୋଲିସ୍ । ଉଦିତନଗର ପୋଲିସ କରିଥିଲା ଅଚାନକ ଚଢ଼ଉ ।

ଚଢ଼ଉ ବେଳେ ୫ଜଣ ଯୁବତୀଙ୍କ ସହିତ ୨ ଗ୍ରାହକ ଏବଂ ୨ ହୋଟେଲ ମ୍ୟାନେଜେରଙ୍କୁ ଥାନାରେ ଅଟକ ରଖାଯାଇଥିଲା । ପରେ ୨ ମ୍ୟାନେଜେର, ଜଣେ ହୋଟେଲ ମାଲିକ ଏବଂ ୨ ଗ୍ରାହକଙ୍କୁ ମିଶାଇ ମୋଟ ୫ ଜଣଙ୍କୁ ଗିରଫ କରିଛି ଉଦିତନଗର ପୋଲିସ । ସେହିପରି ସେକ୍ସ ରାକେଟରେ ଧାରା ପଡ଼ିଥିବା ୫ ଜଣ ଯୁବତୀଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗ ଓ ଜଣେ ବଲାଙ୍ଗୀରିର ବୋଲି ପୋଲିସ ସୂଚନା ଦେଇଛି । ଏଥିସହ ସେମାନଙ୍କ ଠାରୁ କିଛି ଆପତ୍ତିଜନକ ସାମଗ୍ରୀ, ୮୫୦୦ ଟଙ୍କା ଏବଂ ମୋବାଇଲ ଜବତ କରାଯାଇଛି । ହୋଟେଲରେ ସେକ୍ସ ରାକେଟ କେବେଠାରୁ ଚାଲୁଥିଲା ଏବଂ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତି ରହିଛନ୍ତି, ସେନେଇ ପୋଲିସ ଅନୁସନ୍ଧାନ ଚଳାଇଛି ।

Get real time updates directly on you device, subscribe now.